ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଏପ୍ରିଲ ୧୧ ତାରିଖଠାରୁ ନ୍ୟୁଜିଲ୍ୟାଣ୍ଡକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଏନେଇ ନ୍ୟୁଜଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସେଣ୍ଡା ଆର୍ଡନ ଘୋଷଣା କରିଛନ୍ତି ।
ଜେସେଣ୍ଡା କହିଛନ୍ତି ଭାରତରୁ କେହି ଏବେ ନ୍ୟୁଜିଲାଣ୍ଡକୁ ଆସିପାରିବେ ନାହିଁ। ଏପରିକି ଭାରତରେ ରହୁଥିବା ନ୍ୟୁଜିଲାଣ୍ଡର ନାଗରିକଙ୍କ ସ୍ୱଦେଶ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଏହି କଟକଣା ଚଳିତ ମାସ ୧୧ ତାରିଖ ସ୍ଥାନୀୟ ସମୟ ୪ଟାରୁ ଏପ୍ରିଲ ୨୮ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ।
ଗତ କିଛି ଦିନ ଧରି ଭାରତରେ ସଂକ୍ରମଣ ୧ଲକ୍ଷରୁ ଅଧିକ ହୋଇଥିବାବେଳେ ନ୍ୟୁଜଲ୍ୟାଣ୍ଡ ଭାରତୀୟ ଯାତ୍ରୀଙ୍କ ନିମନ୍ତେ ଏଭଳି ନିର୍ଦ୍ଦେଶ ଜାରି ରହିଛି । ପରବର୍ତ୍ତୀ ସମୟରେ ପରିସ୍ଥତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।