ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହା ଉପରେ ଲଗାମ ଲଗାଇବାକୁ ଆଜିଠାରୁ ୧୦ ଟି ଜିଲ୍ଲାରେ ଲାଗୁ ହେବ ନାଇଟ କର୍ଫ୍ୟୁ । ରାତି ୧୦ ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହା କାର୍ଯ୍ୟକରୀ ହେବ । ଆଜି ରାତି ୧୦ଟାରୁ ପଶ୍ଚିମ ଓଡିଶାର ୭ ଓ ଦକ୍ଷିଣ ଓଡିଶାରେ ୩ ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହେବ ।
ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ବରଗଡ,ବଲାଙ୍ଗିର,ନୂଆପଡା,କଳାହାଣ୍ଡି,ନୂଆପଡା,ମାଲକାନଗିରି,ନବରଙ୍ଗପୁର ଓ କୋରାପୁଟ ଆଦି ୧୦ଟି ଜିଲ୍ଲାରେ ଆଜିଠୁ ନାଇଟ କଫ୍ରୁ୍ର ଲାଗୁ ହେବ । ତେବେ ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ ବୋଲି କୁହାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ କୌଣସି ଡେ କର୍ଫ୍ୟୁର ଯୋଜନା ନାହିଁ । ଏବେ କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି । ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି ।
ବର୍ତ୍ତମାନ ବଢ଼ିଚାଲିଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦେଖି ଡେ କର୍ଫ୍ୟୁ ଜାରି ନେଇ ୪/୫ ଦିନ ଭିତରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗତକାଲି କହିଥିଲେ ବାଚସ୍ପତି । ଏନେଇ ଗଣମାଧ୍ୟମରେ ରିପୋର୍ଟ ପରେ ଏସ୍ଆରସି ଟ୍ୱିଟ କରି ସେଭଳି କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ତେବେ ଜିଲ୍ଲା ଓ ମ୍ୟୁନିସପାଲ କର୍ମଚାରୀ, ପୋଲିସ, ସରକାରୀ କର୍ମଚାରୀଙ୍କୁ ଛାଡ଼ । ଏହି ସମୟରେ ହୋମ ଡେଲିଭରୀ, ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଥିବା ଢାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡିଆ, ଏଲପିଜି ବିତରଣ କଟକଣାରୁ ବାଦ ଦିଆଯିବ ବୋଲି କୁହାଯାଇଛି ।