ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚାଳରୁ ହଟିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହାକୁ ଦେଖି ନାଇଟ୍ କର୍ଫ୍ୟୁ ହଟାଇବାର ନିଷ୍ପତି ନେଇଛନ୍ତି ସରକାର ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ତୃତୀୟ ଲହର ତଥା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାର ଦେଖି ରାଜ୍ୟର ସମସ୍ତ ସହରାଞ୍ଚଳରେ ଫେବୃଆରୀ ୨୮ ତାରିଖ ଯାଏଁ ରାତି ୧୦ଟାରୁ ସକାଳ ୫ ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି କରାଯାଇଥିଲା । କିନ୍ତୁ ଏବେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସାନି ଗାଇଡଲାଇନ ଜାରି କରାଯାଇଛି । ସେହିଅନୁଯାୟୀ ଏବେ ସହରାଞ୍ଚାଳରୁ ହଟାଯାଇଛି ନାଇଟ୍ କର୍ଫ୍ୟୁ ।