ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ରାଜ୍ୟରେ କୋଭିଡ କଟକଣା ମଧ୍ୟରେ ପାଳନ ହେବ ୭୨ତମ ସାଧାରଣତନ୍ତ୍ର ଦିବସ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗୃହ ବିଭାଗ । ପରେଡରେ କେବଳ ପୋଲିସ ବାହିନୀ ଭାଗ ନେବେ । ଛାତ୍ରଛାତ୍ରୀ ଓ ଏନସିସି ପିଲାମାନେ ପରେଡରେ ଭାଗ ନେଇ ପାରିବେ ନାହିଁ ।
ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ । ଏବଂ ଗାଇଡ ଲାଇନ ଅନୁସାରେ ସକାଳ ୮ଟା୩୦ ରେ ପତାକା ଉତ୍ତୋଳନ କରାଯିବ । ଏପରିକି ଚଳିତ ବର୍ଷ ସାଧାରଣ ଦିବସରେ ସାମିଲ ହୋଇପାରିବେ ନାହିଁ ସାଧାରଣ ଲୋକ ।
ଅଳ୍ପ ସଂଖ୍ୟକ ମୁଖ୍ୟ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଳନ କରାଯିବ । ଏଥି ସହିତ ସଭା ସ୍ଥଳରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।ସେହିପରି ସଭା ସ୍ଥଳକୁ ପୁର୍ବରୁ ସାନିଟାଇଜର କରାଯିବା ସହ ଅତିଥିଙ୍କ ପାଇଁ ପ୍ରବେଶ ପଥରେ ସାନିଟାଇଜର ରଖାଯାଇଛି ।