ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ ତୃତୀୟ ପର୍ଯ୍ୟାୟ ଟିକାରଣ ଆରମ୍ଭ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ କେନ୍ଦ୍ରରେ ମୋଦି ସରକାର ବଡ ନିଷ୍ପତ୍ତି ନେଇଛନ୍ତି ।ନୂଆ ଷ୍ଟ୍ରେନ ଚିହ୍ନଟ ହେବା ସହ ଲୋକେ କରୋପା କଟକଣା ମାନୁନଥିବାରୁ ସଂକ୍ରମଣ ବଢୁଛି । ଟିକାକରଣ ପ୍ରକିୟାକୁ ବୃଦ୍ଧି କରିବା ପାଇଁ ଏବେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି ।
ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ ମାସରେ ଛୁଟି ଦିନ ମାନଙ୍କରେ ମଧ୍ୟ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତ ନେଇଛନ୍ତି । ଏହା ସହ ଦ୍ୱିପହର ୩ ଟାଂ ସମୟରେ ସେହି ଲୋକମାନଙ୍କୁ ଟିକାଦିଆଯିବ ଯେଉଁମାନେ ପୂର୍ବରୁ ପଜିଂକରଣ କରିନଥିବେ ।
ଟିକାକରଣର ଗତି ବଢ଼ାଇବା ସହ ଅଧିକରୁ ଅଧିକ ଲୋକଙ୍କୁ ଶୀଘ୍ର ଟିକା ଦେବାକୁ ସରକାରୀ ତଥା ବେସରକାରୀ ସ୍ତରରେ ସମସ୍ତ କୋଭିଡ-୧୯ ଟିକାକରଣ କେନ୍ଦ୍ରକୁ ଉପଯୁକ୍ତ ଭାବରେ ଉପଯୋଗ କରିବା ହେଉଛି କେନ୍ଦ୍ରର ଲକ୍ଷ୍ୟ।
ଚଳିତବର୍ଷ ଜାନୁୟାରୀ ୧୬ ତାରିଖରେ ଟିକାକରଣ ପ୍ରକିୟା ଆରମ୍ଭ ହୋଇଥିଲେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଟିକା ଦିଆଯାଇଥିଲା ଓ ପରେ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତି ଓ ବହୁ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ପରେ ତୃତୀୟ ପର୍ଯ୍ୟାୟରେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି ।