ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦେଶରେ ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । କରୋନା ସଂକ୍ରମଣ ଯୋଗୁଁ ଶିଶୁଙ୍କ ସିଭିଅରିଟି କମ ରହିଛି ବୋଲି ସିବିକେ ମହାନ୍ତି କହିଛନ୍ତି । ଡିଏମଟି ସିବିକେ ମହାନ୍ତି କହିଛନ୍ତି ୧୮ ବର୍ଷରୁ ଅଧିକ ଲୋକ କରୋନା ଟିକା ନେଇ ସାରିଲେଣି । ତେଣୁ ଏବେ ଶିଶୁଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି । ଏଥିଲାଜି ଶିଶୁଙ୍କୁ ସୁରକ୍ଷିତ ପରିସରରେ ରଖିବା ସହ ଅଭିଭାବକ ଓ ଶିକ୍ଷକ ଅଧିକ ସତର୍କ ରହିବା ସହ ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ ।
ସ୍କୁଲ ଖୋଲୁଥିବାରୁ ସ୍କୁଲ ପରିସରକୁ ସାନିଟାଇଜର କରିବା ସହ କୋଭିଡ ପ୍ରୋଟୋକଲ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଅଭିଭାବକ ଓ ଶିକ୍ଷକ ଭ୍ୟାକ୍ସିନ ନେବା ବାଧ୍ୟତାକୂଳକ । ଆଗକୁ ଶୂନ ରୁ ୧୭ ବର୍ଷ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।ଏହା ମଧ୍ୟରେ ଆଜି ୮୬୮ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରେ ୫୦୭ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ଚିହ୍ନଟ ହୋଇଛନ୍ତି ।ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୬ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।