ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜାପାନରେ ରହି କରୋନା ଚିକିତ୍ସା ଔଷଧକୁ ନେଇ ଗବେଷଣା କରୁଛନ୍ତି । ମଧ୍ୟମ ଧରରଣ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସେ ଫ୍ଲୁ ଔଷଧ ‘ ୟୁମିଫେନୋଭିର ‘ କୁ ନେଇ ସେ ଗବେଷଣା କରୁଛନ୍ତି । ଏହି ଗବେଷଣା କରୁଥିବା ଓଡିଆ ପୁଅ ହେଉଛନ୍ତି ରାୟଗଡାର ଯୁବ ବୈଜ୍ଞାନିକ ଆଦିତ୍ୟ ପାଢୀ ।ସୂଚନା ଯୋଗ୍ୟ ଚୀନରେ କରୋନା ଚିକିତ୍ସା ପାଇଁ ୟୁମିଫେନୋଭିର ବ୍ୟବହାର କରାଯାଉଛି ।
ଭାରତରେ ମଧ୍ୟ ଏହାର କ୍ଲିନିକାଲ ଟ୍ରାଏଲ କରାଯାଉଛି । ତେବେ ଏହି ଔଷଧକୁ ନେଇ ରାୟଗଡାର ଯୁବ ବୈଜ୍ଞାନିକ ଆଦିତ୍ୟ ପାଢୀ , ଭୁବନେଶ୍ୱର ନାଇଜର ଛାତ୍ର ଅନିରୁଦ୍ଧ ସିଲ ଓ ଇଷ୍ଟର୍ଣ୍ଣ ହିଲ ବିଶ୍ୱ ବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ତମିର ତ୍ରୀପାଠୀ ଏହି ଔଷଧକୁ ନେଇ ଗବେଷଣା କରୁଛନ୍ତି । ତେବେ ଓଡିଆ ପୁଅଙ୍କ ଏହି ପ୍ରଚେଷ୍ଟା ପାଇଁ ଓଡିଶାରୁ ପ୍ରଶଂସାର ସୁଅ ଛୁଟୁଛି ।