ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଏବେ ଅଣ୍ଟା ଭିଡିଛନ୍ତି । । ଆଜି ଗୋଟେ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ବଲାଙ୍ଗିର ଗସ୍ତର ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୁବନେଶ୍ୱର ବରମୁଣ୍ଡାଠାରେ ଆୟୋଜିତ ହୋଇଥିବା କୃଷି ଓଡିଶା ସମ୍ମିଳନୀରେ ଯାଗ ଦେଇ କର୍ମଶାଳାକୁ ଉଦଘାଟନ୍ କରିଛନ୍ତି । ଏହି ଅବସରରେ ଶ୍ରୀ ମହୋଦୟ କହିଛନ୍ତି ଯେ , ରାଜ୍ୟର ଚାଷୀମାନଙ୍କ ପାଇଁ ସରକାର ବେଶ୍ ସମ୍ବେଦନଶୀଳ । ସେଥିପାଇଁ ‘କାଳିଆ’ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ସମସ୍ତ ପ୍ରକାରର ଭାଗଚାଷୀ, ଚାଷୀ ଏବଂ ଶ୍ରମିକମାନେ ଆଦି ଉପକୃତ ହେବେ । ଏହା ରାଜ୍ୟର ସବୁଠାରୁ ବଡ ଯୋଜନା । ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ପଞ୍ଜିକରଣ ଶେଷ ହୋଇଛି । ଆସନ୍ତା ୨୫ ତାରିଖରୁ ଫେବୃୟାରୀ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଚାଲିବ । ଏହି ଯୋଜନା କୃଷିଙ୍କୁ ରୋଜଗାରର ବାଟ ଫିଟାଇବ ।
ଏହି ଉତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । କୃଷକକଙ୍କ ଆୟ ବୃଦ୍ଧି,କୃଷିରେ ମହିଳାଙ୍କ ଭୂମିକା, ଜୈବିକ କୃଷି ଆଦି ପ୍ରସଙ୍ଗରେ ଆଲୋଚନା ହେବ ।
ଏହି ଉତ୍ସବରେ କୃଷକଙ୍କ ସମେତ କୃଷି ଅର୍ଥନୀତିଞ୍ଜ ଅଶୋକ ଗୁଲାଟି,ସିଆଇଆଇ ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଗର୍ଗମତ୍ସ୍ୟ ଏବଂ ବିଶାଳ ଗଗନ ପ୍ରମୁଖ ଉପସ୍ଥିତ ଥିଲେ ।