ଭୁବନେଶ୍ୱର (ଏଟିଆରେ ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହ ଲଢେଇ କରୁଛି । କରୋନା ମୁକାବିଲା ପାଇଁ ଯୋଦ୍ଧା ସାଜିଛନ୍ତି ସ୍ୱାସ୍ଥ୍ୟକର୍ମା, ଆଶାକର୍ମୀ,ଅଙ୍ଗନବାଡିକର୍ମୀ ସଫେଇକର୍ମୀ ଏବଂ ଗଣମାଧ୍ୟମକର୍ମୀ । ବର୍ତ୍ତମାନର କଠିନ ପରିସ୍ଥିତିରେ ସାମ୍ବାଦିକମାନେ ନିଷ୍ଠାର ସହ ସେମାନଙ୍କର ଦାୟିତ୍ୱ ବହନ କରିଚାଲିଛନ୍ତି । ଏସବୁ ଦୃଷ୍ଟିରେ ରଖି ଏବେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି ତେବେ ସେଥିପାଇଁ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।
ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଥିଲା ।