ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୨୦-୨୧ ଆର୍ଥକ ବର୍ଷ ପାଇଁ କେନ୍ଦ୍ର ସରକାର ନିଜର ଆର୍ଥିକ ବଜେଟ ଉପସ୍ଥାପନ କରିସାରିଥିବା ବେଳେ ଏବେ ଆସନ୍ତା ୧୮ ତାରିଖରେ ରାଜ୍ୟ ସରକାର ନିଜର ବଜେଟ ଉପସ୍ଥାପନ କରିବେ । ଏଥିପାଇଁ ଆଜି ଭୁବନେଶ୍ୱର ଲୋକସଭା ଭବନରେ ମନ୍ତ୍ରୀ ପରିଷଦ ବୈଠକ ଆରମ୍ଭ ହୋଇଯାଇଛି । ବିଧାନସଭାରେ ବଜେଟ ଅଧିବେଶନ ବସିବା ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ ।
ତେବେ ଉଭୟ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କରାଯିବ । ସୂଚନାଯୋଗ୍ୟ ଆସନ୍ତା ଫେବୃଆରୀ ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ । ଏହି ଅବସରରେ ୧୮ ତାରିଖରେ ୨୦୨୦ ଓ୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବ । ଆଜି ବୈଠକରେ ବଜେଟ ଅଟକଳକୁ ଅନୁମୋଦନ ମିଳିବ ।