ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା କାଲି ଲୋକସେବା ଭବନରେ ୨୪ ତମ ପୂର୍ବାଞ୍ଚଳ ଜୋନାଲ୍ ପରିଷଦ ବୈଠକ ହେବ । ଏହି ବୈଠକରେ ଓଡିଶା ବିଭିନ୍ନ କ୍ଷେତ୍ର ପାଇଁ ଦାବି ଉପସ୍ଥାପନ କରିବ । ଏହି ବୈଠକରେ ଓଡିଶା ସମେତ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ବିହାରର ମନ୍ତ୍ରୀ ଓ ଅଫିସର ମାନେ ଯୋଗ ଦେବେ । ବୈଠକରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତଦୁଇ ଦିନ ତଳୁ ଆସି ଭୁବନେଶ୍ୱରରେ ଅଛନ୍ତି । ମମତାଙ୍କ ସହ କ୍ରୀଡାମନ୍ତ୍ରୀ ଅରୁପ ବିଶ୍ୱାସ ମଧ୍ୟ ଆସିଛନ୍ତି । ତେବେ ଓଡିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓଡିଶା ପକ୍ଷରୁ ପ୍ରତିନିଧତ୍ୱ କରିବେ ।
ତେବେ ଏହି ବୈଠକରେ ଓଡିଶା ରାଜ୍ୟ ଗୁଡ଼ିକ ମଧ୍ୟ ସମନ୍ୱୟ, ସୀମାବିବାଦ, ନକ୍ସଲ ସମସ୍ୟା, ବ୍ୟାଙ୍କିଂ ଓ ଅନ୍ୟ କେନ୍ଦ୍ରୀୟ ସହଯୋଗ ସମ୍ପର୍କୀତ ପ୍ରସଙ୍ଗ, ବିଦ୍ୟୁତ ସରବରାହ, କୋଇଲା ଖଣି ପରିଚାଳନା ଓ ରୟାଲଟି , ରେଳ ପ୍ରକଳ୍ପ ପାଇଁ ଜମି ଓ ଜଙ୍ଗଲ ମଞ୍ଜୁରୀ , ଗୋ- ଚାଲାଣ , ଅପହଞ୍ଚ ଅଂଚଳରେ ଦୂରସଂଚାର ସମ୍ପର୍କରେ ଆଲୋଚନା ହେବ ।ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି ସୂଚନା ଦେଇଛନ୍ତି । ତେବେ ବିହାର ଓ ଝାଡଖଣ୍ଡ ପକ୍ଷରୁ କେଉଁ ମାନେ ଏହି ବୈଠକରେ ଯୋଗ ଦେବେ ତାହା ଜଣାପଡିନାହିଁ ।