ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାତି ପାହିଲେ ଇଂରାଜୀ ନବବର୍ଷ । କିନ୍ତୁ କରୋନା ପାଇଁ ନୂଆବର୍ଷ ସେଲିବ୍ରେସନ ଉପରେ ଲାଗିଛି କଟକଣା । ରାଜ୍ୟରେ କରୋନା ପ୍ରକୋପ ସମ୍ପୂର୍ଣ୍ଣ ଥମିନଥିବା ବେଳେ ନୂତନ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାତିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
Govt of Odisha imposing Night curfew from 10pm of tonight to 5AM tomorrow morning across the state. General public requested to cooperate. All essential services& movements are allowed to continue during curfew hours. @CMO_Odisha @IPR_Odisha @SecyChief @odisha_police @SRC_Odisha
— Pradeep Jena IAS (@PradeepJenaIAS) December 31, 2020
ନୂଆ ବର୍ଷରେ ଅଧିକ ଗହଳି ହେବାର ସମ୍ଭାବନା ଥିବାରୁ ଆଜି ରାତି ୧୦ ଟାରୁ ନାଇଟ କର୍ଫ୍ୟୁ ଆରମ୍ଭ ହୋଇ ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି କର୍ଫ୍ୟୁକୁ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହାସହିତ କର୍ଫ୍ୟୁ ସମୟରେ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ କେବଳ ଜରୁରୀ ସେବା ଜାରି ରହିବ । କରୋନା ସ୍ଥିତି ଏବଂ ନୂଆବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି ।