ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହସ୍ତତନ୍ତ ସାମଗ୍ରୀ ମିଳିବ ଏବେ ଫ୍ଲିପକାର୍ଟରେ । ହସ୍ତତନ୍ତ ଶିଳ୍ପର ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏବେ ରାଜ୍ୟ ସରକାର ଫ୍ଲିପକାର୍ଟ ସହିତ ଚୁକ୍ତି କରିଛନ୍ତି । ଏହି ଉତ୍ପାଦ ଗୁଡିକୁ ସାରା ଦେଶରେ ପହଞ୍ଚାଇବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।
ତେବେ ଏହି ଚୁକ୍ତ ହେବା ପରେ ଏବେ ଦୁର୍ଗମ ଅଞ୍ଚଳରେ ହେଉଥିବା ଉତ୍ପାଦ ସହଜରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରିବ । ଏନେଇ ଫ୍ଲିପକାର୍ଟର ବାଣିଜ୍ୟ ଅଧିକାରୀ ରଜନୀଶ ଅଧିକାରୀ କହିଛନ୍ତି ସରକାରଙ୍କ ଏହି ଚୁକ୍ତିକୁ ନେଇ ସେ ଗର୍ବିତ ।