ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୨୫ ତାରିଖରୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ନିୟମ ଅନୁସାରେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ଭୋଧିତ କରିବେ ।ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଥମ ଦିନରେ ଗୃହକୁ ସମ୍ଭାଧିତ କରିବେ । ସେହିଭଳି ଦ୍ୱିତୀୟ ଦିନରେ ଉପବାଚସ୍ପତି ନିର୍ବାଚନ ପାଇଁ ଦିନ ଘୋଷଣା କରାଯିବ ।
ଏହି ଅଧିବେଶନରେ ୩୦ ଟି କାର୍ଯ୍ୟ ଦିବସ ରହିବ । ସେହିଭଳି ୨୮ ତାରିଖ ଦିନ ଗୃହରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ୧ ତାରିଖ ଠାରୁ ବଜେଟ ଉପରେ ଆଲୋଚନା ହେବ । ଜୁଲାଇ ୩ରୁ ୧୧ ତାରିଖ ଯାଏ ବିଧାନସଭା ଛୁଟି ରହିବ । ଜୁଲାଇ ୩୧ ତାରିଖରେ ବ୍ୟୟମଞ୍ଜୁରି ପାଇଁ ବିଲ୍ ଗୃହୀତ ହେବ । ପ୍ରଥମ ପର୍ୟ୍ୟାୟ ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ ଓ ଦ୍ୱିତୀୟ ପର୍ୟ୍ୟାୟ ଜୁଲାଇ ୧୨ରୁ ଆରମ୍ଭ ହୋଇ ଅଗଷ୍ଟ ୮ରେ ଶେଷ ହେବ।