ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସ୍ୱାଧିନତା ଦିବସ ଅବସରରେ କେନ୍ଦ୍ର ସରକାର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ପୁଲିସ ପଦକ ବିଜେତାଙ୍କ ନାଁ ଘୋଷଣା କରିଛନ୍ତି । ଚଳିତବର୍ଷ ରାଜ୍ୟରେ ୬୬୨ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ,୬୨୫ ଜଣଙ୍କୁ ରାଷ୍ଟ୍ରପତି ପଦକ,୮୮ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ,ଓ ୬୬୨ ଜଣଙ୍କୁ ମେରିଟ ସର୍ଭିସ ପାଇଁ ପଦକ ଦିଆଯିବ ।
ସେମାନଙ୍କ ମଧ୍ୟରୁ ଓଡିଶାର ୬୭ ଜଣଙ୍କୁ ସାହାସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି । ସେବା ପାଇଁ ୧୧ ଜଣଙ୍କୁ ପୋଲିସ ପଦକ ମିଳିବ । କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ ।
ସେହିପରି ବରଗଡ଼ ଡେପୁଟି ଏସ୍ପି ପ୍ରଦୀପ କୁମାର ସାହୁ, ସମ୍ବଲପୁର ଡେପୁଟି ଏସ୍ପି ତପନ କୁମାର ମହାନ୍ତି, ଭିଜିଲାନ୍ସ ଡିଭିଜନ ଭବାନୀପାଟଣା ୟୁନିଟର ଡେପୁଟି ଏସ୍ପି ସତ୍ୟବାନ ମହାନନ୍ଦ, ଇଓଡବ୍ଲୁ ସବ୍ ଇନସପେକ୍ଟର ସୁକାନ୍ତ କୁମାର ମହାନ୍ତି, ହାବିଲଦାର ଶେଖ ଅବିର, ଭିଜିଲାନ୍ସ କନଷ୍ଟେବଲ ଭଗବାନ ସାହୁ ଏବଂ ଓଏସଏପି ୪ର୍ଥ ବାଟାଲିୟନର ସିପାହୀ ବିଶ୍ୱକର୍ମା ମୁଣ୍ଡା ରହିଛନ୍ତି ।