ସମ୍ବଲପୁର(ଏଟିଆର ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ କ୍ଲାସ । ଗତ ୨୭ ତାରିଖରେ ଭିସୁଟରେ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୋଇଥିବା କୁହାଯାଇଥିବା ବେଳେ ଭିସୁଟକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ପରେ ଏହା ଭୁଲ ବୋଲି ପ୍ରମାଣିତ ହେବା ପରେ କଣ୍ଟେନମେଣ୍ଟ ଜୋନକୁ ହଟାଇ ଦିଆଯାଇଥିଲା ।
ତେବେ ଆସନ୍ତା ୧୬ ତାରିଖରେ ଠାରୁ ଅନଲାଇନ କ୍ଲାସ ବନ୍ଦ କରାଯାଇ ପୁଣି ଥରେ ଅଫଲାଇନରେ ହେବ କ୍ଲାସ ବୋଲି କୁହାଯାଇଛି । ବିଶ୍ବବିଦ୍ୟାଳୟର ଦ୍ଵିତୀୟ ସେମିଷ୍ଟାରରୁ ୧୦ସେମିଷ୍ଟାର ପର୍ୟ୍ୟନ୍ତ ସମସ୍ତ ପ୍ରାକ୍ଟିକାଲ, ସେସନ କ୍ଲାସ୍, ଥେଓରି କ୍ଲାସ୍, ଡ୍ରଇଂ କ୍ଲାସ୍ ଅଫଲାଇନରେ ଦେବା ନିମନ୍ତେ ଭିସୁଟ୍ କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀ ଅଫଲାଇନରେ କ୍ଲାସ କରିବେ । ଏନେଇ ଭିସୁଟର କୁଳପତି ବିଜ୍ଞପ୍ତି ଜାରି କରିଛନ୍ତି ।