କଳାହାଣ୍ଡି ( ଏଟିଆର ବ୍ୟୁରୋ): ପୁଣି ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋଲସରା ଗ୍ରାମରେ । ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେକସରା ବକ୍ଲ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର ପରଖିତ ରାଉତ ନାମକ ଜଣେ ବୃଦ୍ଧା ସକାଳୁ ଶୌଚ ହେବାକୁ ନଦୀକୁ ଯାଇଥିଲାବେଳେ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି । ବୃଦ୍ଧ ଜଣଙ୍କ ପୋଖରିକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ହତାଠ୍ ତାଙ୍କୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ ।
ଏହି ସମୟରେ ବୃଦ୍ଧା ଜଣକ ଚିକ୍ରାର କରିଥିଲେ । ଚିକ୍ରାର ଶୁଣି ଗ୍ରାମବାସୀ ମାନେ ଠେଙ୍ଗା, ବାଡି ଧରି ଦୁଇଟି ଭାଲୁ କୁ ଗେଡାଇ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।ହେଲେ ଏହା ପୂର୍ବରୁ ଭାଲୁ ଦୁଇଟି ବୃଦ୍ଧାଙ୍କ ମୁହଁକୁ ଆକ୍ରମଣ କରି କ୍ଷତବିକ୍ଷତ କରି ସାରିଥିଲେ । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ପ୍ରଥମ କେକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୃଦ୍ଧାଙ୍କୁ ଭବନୀପାଟଣା ଡାକ୍ତରଖାନାକୁ ସାନାନ୍ତରିତ କରାଯାଇଥିଲା ।
କିଛିଦିନ ହେବ କେକସରା ବକ୍ଲ ଆଖପାଖ ଅଞ୍ଚଳରେ ଜଙ୍ଗଲି ଭାଲୁ ସ୍ଥାନୀୟ ଗ୍ରାମବାସୀଙ୍କୁ ବାରମ୍ବାର ଆକ୍ରମଣ କରୁଥିବା ବେଳେ ଜଙ୍ଗଲ ବିଭାଗ ଲୋକଙ୍କ ସୁରକ୍ଷା ଲାଗି କୌଣସି ପଦକ୍ଷପ ନେଉନଥିବାରୁ ଗ୍ରାମବାସୀ ତ୍ରୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏମିତି ଘଟଣା ସାମ୍ନାକୁ ଆସିଛି । ମାତ୍ର ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।