ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଯେତେବେଳେ ଯାହା କଲେ କୀଳା ହେଲା । କେତେବେଳେ ପ୍ରଭୁ ଜଗନ୍ନାଥଙ୍କୁ ନେଇ ହରଡ଼ଘଣାରେ ପଡିଲେ ତ’ ପୁଣି କେତେବେଳେ ଝିଅଙ୍କୁ ଅସଦାଚରଣ କରି ଜେଲ ଗଲେ । ସିନେ ଜଗତରେ ଖୁବ୍ କମଦିନ ଭିତରେ ଯେତିକି ଲୋକ ପ୍ରୀୟତା ସାଉଁଟିଥିଲେ ଠିକ୍ ସେମିତି ସବୁ କିଛିକୁ ଯେପରି ବର୍ବାଦ କରିଦେଲେ । ପପୁଙ୍କ ବିରୋଧରେ ଏଭଳି ମତ ଆମର ନୁହେଁ ବରଂ ଲୋକଙ୍କର । ଅଧିକାଂଶ ଲୋକେ ଏବେ ପପୁଙ୍କ ଉପରେ ଗାରୁଗାରୁ ହେଉଛନ୍ତି । ଏବେ ଏକ ପୋଷ୍ଟରକୁ ନେଇ ପପୁଙ୍କ ନାଁରେ ମହିଳା ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଦୁଇତିନ ଦିନ ହେବ ପପୁଙ୍କ ବିରୋଧରେ ସ୍ୱର ଉଠୁଥିବା ବେଳେ ଆଜି ପ୍ରଥମ କରି ପପୁ ଏନେଇ ମୁହଁ ଖୋଲିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡ଼ିଓ ଛାଡି ପପୁ ନିଜର ସଫେଇ ରଖିଛନ୍ତି । ସେ କହିଛନ୍ତି ସେ ସବୁବେଳେ ନାରୀ ଜାତିକୁ ସମ୍ମାନ ଦେଇଛନ୍ତି । ଫିଲ୍ମରେ ମଧ୍ୟ ଜଣେ ନାରୀଙ୍କୁ ସମ୍ମାନ ଦେଇଥିବା ଦୃଢ଼ୋକ୍ତି ବାଢ଼ିଛନ୍ତି । କେବଳ ଏତିକି ନୁହେଁ କଥାରେ କଥାରେ ସେ ଏହା ବି କହିଛନ୍ତି ଏଠି କମ୍ବଳ ଯାକର ବାଳ… । ତେବେ ଦେଖିବାକୁ ଗଲେ ପପୁଙ୍କ ଏହି କମ୍ବଳ କଥା ପରୋକ୍ଷରେ ପ୍ରମାଣ କରୁଛି ସବୁଠି ଭୁଲଭଟକା ରହିଛି । କେବଳ ତାଙ୍କ କ୍ଷେତ୍ରରେ ନୁହେଁ ।
ତେବେ ସେ ଯାହାହେଉ ନିଜ ଉପରେ ଉଠିଥିବା ସବୁ ଦୋଷକୁ ସେ ମାନିବାକୁ ନାରାଜ ଥିବା ବେଳେ ଏଭଳି ନକରିବାକୁ ସେ ଅନୁରୋଧ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ପପୁ କହିଛନ୍ତି ଯେ ଫିଲ୍ମ ପ୍ରଯୋଜନା ସଂସ୍ଥା ଏଭଳି ପୋଷ୍ଟର ତିଆରି କରି ନାହାନ୍ତି । ଆଉ ସେ କେବେ ହେଲେ ନରୀ ମାନଙ୍କୁ ଅସମ୍ମାନ କରି ନାହାନ୍ତି । କେହି ଜଣେ ଏହି ପୋଷ୍ଟରଟିକୁ ତିଆରି କରି ଭାଇରାଲ୍ କରାଇଛି । ତେଣୁ ତାକୁ ଧରିବା ଜରୁରୀ ବୋଲି ସେ ପ୍ରତିକ୍ରୀୟାରେ ଜଣାଇଛନ୍ତି । ଏହା ସହ ମିଷ୍ଟର କାହ୍ନେୟା ଏକ ଭଲ ଫିଲ୍ମ ବୋଲି ସେ କହିଛନ୍ତି । କିନ୍ତୁ ଏଠାରେ ପ୍ରକାଶ ଥାଉକି ଯେଉଁ ପୋଷ୍ଟର ପାଇଁ ପପୁ ଆଜି ମୁହଁ ଖେଳିଛନ୍ତି ଥାହା ହେଉଛି ପପୁଙ୍କର
ଅପକମିଙ୍ଗ ଓଲିଉଡ ଫିଲ୍ମ ମିଷ୍ଟର କହ୍ନେୟା । ଯାହା ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି ।
ଅନ୍ୟପଟେ ସୋସିଆଲ ମିଡିଆରେ ପୋଷ୍ଟରଟି ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯିବା ସହ, ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମିସ୍ ଲିଙ୍କନ ସୁବୁଧି ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ପୋଷ୍ଟର ଯୋଗେ ମହିଳାମାନଙ୍କ ପ୍ରତି ଅପମାନିତ କରାଯାଇଥିବାରୁ ଅଭିନେତା ପପୁଙ୍କ ସମେତ, ଫିଲ୍ମ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଏବଂ ନିର୍ଦ୍ଦେଶକ ରମେଶ ରାଉତଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବା ସହିତ ଫିଲ୍ମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରାଯାଇଛି । ଗଣେଷ ପୂଜାରେ ରିଲିଜ ହେବାକୁ ଯାଉଥିବା ଓଡିଆ ଫିଲ୍ମ ମିଷ୍ଟର କହ୍ନେୟାର ଏହି ପୋଷ୍ଟରକୁ ଦେଖି ଏହା ଚର୍ଚ୍ଚା ହେଉଛି କି ପପୁ ପମପମ ମହିଳା ମାନଙ୍କୁ ଅପମାନିତ କରିଛନ୍ତି ।