ଭୁବନେଶ୍ୱର (ଏଟିଆର ବ୍ୟୁରୋ):ବୋଧ ହୁଏ ଆଉ ଫେରି ନଥାନ୍ତି । ଭାରି ଅସୁସ୍ଥ ଥିଲି । ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଉଥିଲି । ଡାକ୍ତର ବି ଆଶା ଛାଡି ଦେଇଥିଲେ । କେବଳ ଆପଣଙ୍କ ଶ୍ରଦ୍ଧା, ଭଲ ପାଇବା ଏବଂ ଜଗନ୍ନାଥଙ୍କ ଅର୍ଶିବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଜି ଦୀର୍ଘ ୨ ମାସ ପରେ ଘରକୁ ଫେରିଛି । ଏଭଳି କାନ୍ଦ କାନ୍ଦ ହୋଇ କହିଥିଲେ ହାସ୍ୟ ଅଭିନେତା ପପୁ ପମ୍ ପମ୍ । ଯିଏ ଟିଭି ପରଦାରେ ସମସ୍ତଙ୍କୁ ହସାଉଥିଲେ, ସେ ଆଜି ନିଜେ କାନ୍ଦି ପକାଇଛନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବଡ ଦୁଃଖର କଥା ।
ଗତ କିଛି ମାସ ପୂର୍ବରୁ ସୁଟିଂ ସେଟ୍ ରେ ଅସୁସ୍ଥ ହୋଇ ପଡିଥିଲେ ହାସ୍ୟ ଅଭିନେତା ପପୁ ପମ୍ ପମ୍ । ତାଙ୍କୁ ତାଙ୍କର ବନ୍ଧୁମାନେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭତ୍ତି କରିଥିଲେ । ସେଠାରୁ ଜଣା ପଡିଥିଲା ଯେ ପପୁ ପାନକ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ । ପ୍ରଥମେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପପୁଙ୍କର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା ।