ରାଉରକେଲା ( ଏଟିଆର ବ୍ୟୁରୋ): ଅନଲାଇନରେ ନିଜ ପସନ୍ଦର ଜିନିଷ କିଣିବା ଏବେ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇ ଗଲାଣି । ଘରେ ବସି କିଛି ବି ଜିନିଷ ଅନଲାଇନ ସସ୍ଥା ମାଧ୍ୟମରେ ମଗାଇ ହେଉଛି । ତେବେ ରାଉରକେଲାରେ ଅନଲାଇନ ସପିଂ ନାଁରେ ଜଣେ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକେଇର ଶୀକାର ହୋଇଥିବା ଗରୀମା ଅଗ୍ରୱାଲ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଯୁବତୀ ଜଣଙ୍କ କୌଣସି ଏକ ଜିନିଷ ପାଇଁ ଅନଲାଇନରେ ମଗାଇଥିଲେ । ମାତ୍ର ଜିନିଷ ପହଞ୍ଚିବାକୁ ଡେରି ହେବାରୁ ସେ ଗୁଗଲରୁ କୋରିଅର ନଂ ଆଣି ଫୋନ ଲଗାଇଥିଲେ । ମାତ୍ର ଉକ୍ତ ନ ଥିଲା ଠକର ନଂ । ଯୁବତୀଙ୍କ କହିବା ଅନୁସାରେ ପେଟିଏମରେ ୧୦ ଟଙ୍କା ଯାଉ ନାହିଁ ବୋଲି ସେ ଜଣାଇଥିଲେ । ପରେ ଠକ ଜଣଙ୍କ ଯୁବତୀଙ୍କୁ ଏକ ଲିଙ୍କ ଦେଇଥିଲେ । ଏଥିରେ ଟଙ୍କା ଦେବାକୁ କହିଥିଲେ । ଯୁବତୀ ଏଥିରେ ପ୍ରଥମେ ୧୦ ଟଙ୍କା ପେଡ କରିଥିଲେ । ପରେ ଆଉ ୩ ଥରରେ ଯୁବତୀଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା କଟି ଯାଇଥିଲା । ଏନେଇ ଯୁବତୀ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି ।