ଲକ୍ଷ୍ନୌ: (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ତିଆରି ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟ ଅଭିଯାନ ବର୍ତ୍ତମାନ ଏପର୍ଯ୍ୟନ୍ତ ୧୫୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇସାରିଲାଣି ।
ଫେବ୍ରୁଆରୀ ୧୧ ସୁଦ୍ଧା ରାମ ମନ୍ଦିର ନିର୍ମାଣ ଲାଗି ୧୫୧୧ କୋଟି ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି । ରାମ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନେ ଦିନକୁ ହାରାହାରି ୫୬ କୋଟି ଟଙ୍କା ଦାନ କରିଛନ୍ତି ।
ଜାନୁଆରୀ ୧୫ରୁ ଦାନ ଅଭିଯାନ ଆରମ୍ଭ ହୋଇଛି। ଏହା ଫେବ୍ରୁଆରୀ ୨୭ ପର୍ୟ୍ୟନ୍ତ ଜାରି ରହିବ। ସୁରଟରେ ଏହି ଅଭିଯାନର ଏକ ଅଂଶ ଭାବେ ସେ କାମ କରୁଛନ୍ତି।
ରାମ ମନ୍ଦିର ନିର୍ମାଣ ପାଇଁ ଦାନରେ ମିଳୁଥିବା ଏହି ସଂଗୃହିତ ଅର୍ଥକୁ ପ୍ରାୟ ୩୬ ହଜାର ଲୋକ ବ୍ୟାଙ୍କରେ ଜମା କରୁଛନ୍ତି। ବିଶ୍ୱ ହିନ୍ଦୁ ପରିଷଦର ପ୍ରାୟ ୧.୫ ଲକ୍ଷ ଗ୍ରୁପ ସାରା ଦେଶରେ ଘରକୁ ଘର ବୁଲି ପାଣ୍ଠି ସଂଗ୍ରହ କରୁଛନ୍ତି। ସେପଟେ ନିର୍ମାଣ କାମ ଲାଗି ୫ ମିଟର ଖନନ କାମ ସରିଥିବା କୁହାଯାଉଛି ।