ବରଗଡ(ଏଟିଆର ବ୍ୟୁରୋ):ଆଜି ବରଗଡ ଗସ୍ତ କରିଛନ୍ତି ଭି.କେ ପାଣ୍ଡିଆନ । ସେ ସେଠାକୁ ଯାଇ ପାଇକମାଲର ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ବିଭିିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଏହାର ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ 5Tସଚିବ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି।ଏହା ପରେ ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ରହିଥିବାର ସୂଚନା ରହିଛି ।
ମନ୍ଦିର ର ବିକାଶ ପାଇଁ ମନ୍ଦିର ରେ ଥିବା ଧର୍ମଶାଳା ମାନଙ୍କରେ ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲଡ୍ରେନ୍ସ ପାର୍କ ଭଳି ୨୦ ଟି ପ୍ରସ୍ତାବ ମନ୍ଦିର କମିଓି ପକ୍ଷରୁ ସଚିବଙ୍କୁ ଦିଆଯାଇଛି । ଏହା ପରେ ସେ ନୃସିଂହନାଥଠାରୁ ହରିଶଙ୍କର ପରିଦର୍ଶନ ଓ ସମୀକ୍ଷା ପାଇଁ ଗସ୍ତ କରିବେ ବୋଲି ସୂଚନା ମିଳିଛି ।