ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଣିକି ଆଉ କୌଣସି ସପିଂ ମଲ, ହସପିଟାଲ ଆଦି ସାମ୍ନାରେ ଗାଡି ରଖିବା ପାଇଁ ଆପଣଙ୍କଠାରୁ ଆଉ ନିଆଯିବନି କୌଣସି ଟଙ୍କା । ଯଦି ଆପଣଙ୍କ ଠାରୁ କୌଣସି ସ୍ଥାନରେ ଏ ନେଇ ଟଙ୍କା ଦାବି କରାଯାଉଛ, ତେବେ ଆପଣ ବିଡିଏରେ ଏନେଇ ଅଭିଯୋଗ କରିପାରିବେ । କେବଳ ସପିଂମଲ ହସିପିଟାଲ ନୁହେଁ ବ୍ୟବସାୟିକ କୋଠା ବା କମରସିଆଲ ବିଲଡିଂ, ମଲଟିପେଲକ୍ସ ଆଗରେ ବି ଗାଡି ରଖିବାକୁ ଆପଣଙ୍କୁ ଆଉ ଦେୟ ଦେବାକୁ ପଡିବ ନାହିଁ ।
BDA has issued a notice that charging of fees towards off-street parking at ShoppingMalls, Multiplexes, CommercialBuildings, Hospitals, etc has been exempted under the BDA(Planning & Building Standards) Regulations.
Strict action will be taken against those who violate the same. pic.twitter.com/PubE6i3cCQ— BDA BBSR (@BDA_BBSR) October 16, 2019
ଏନେଇ ବିଡିଏ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି । ସୂଚନା ଅନୁସାରେ ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ଆପଣଙ୍କୁ ବାଧ୍ୟ କରନ୍ତି ତେବେ ତାଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏନେଇ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ( ବିଡିଏ ) ପକ୍ଷରୁ ଏକ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ପୂର୍ବରୁ ରାଜଧାନୀରେ ଅନେକ ସପିଂମଲ ଲୋକଙ୍କ ଠାରୁ ପାର୍କିଂ ଫି ଆଦାୟ କରୁଥିଲେ । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ସମୟରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ଏହା ବେଆଇନ ଆଦାୟ ବୋଲି ମଧ୍ୟ ଅଭିଯୋଗ ହୋଇ ଆସୁଥିଲା ।