ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲାକ୍ ଡାଉନ୍ ପାଇଁ ଦିଆଯାଇଥିବା ଗାଡି ପାସ ଆଉ ନବୀକରଣ ହେବା ଅବଶ୍ୟକତା ନାହିଁ ବୋଲି କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଏନେଇ ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଲକ୍ ଡାଉନ୍ ପାଇଁ ଜରୁରୀ କାଳୀନ ପରିସ୍ଥିରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ୨୯ ତାରିଖ ପର୍ଯ୍ୟନ୍ତ ଗାଡି ପାସ ଦିଆଯାଇଥିଲା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ କରିଦିଆ ଯାଇଛି । ତେବେ ଦିଆଯାଇଥିବା ପାସ ଗୁଡିକ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ।
All vehicle passes issued till 29th will remain valid indefinitely till the entire situation relating to COVID 19 is resolved.
Please don’t approach us to renew passes.— Dr Sudhanshu Sarangi (@SarangiSudhansu) March 30, 2020
ଏହା ସହ ଅନ୍ୟ ଏକ ଟ୍ୱିଟ୍ ରେ ସେ କହିଛନ୍ତି ଯେଉଁ ସ୍ଥାନରେ ପେଟ୍ରୋଲ୍ ଷ୍ଟେସନ୍ ଗୁଡ଼ିକ ଖୋଲା ରହିଛି ସେଠାରେ ଟାୟାର ମରାମତି ଦୋକାନ ଗୁଡ଼ିକ ଖୋଲା ରହିବ। ତେବେ କେବଳ ଜରୁରୀ ସେବାରେ ନିୟୋଜିତ ହୋଇଥିବା ଗାଡ଼ି ଓ ବାଇକ୍ଗୁଡ଼ିକର ସେଠାରେ ମରାମତି ହୋଇପାରିବ।
Tyre repair shops near Petrol Stations can remain open to attend to emergency vehicles and bikes.
— Dr Sudhanshu Sarangi (@SarangiSudhansu) March 30, 2020
ସୂଚନାଯୋଗ୍ୟ ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରିବାରେ ଲାଗି ପଡିଛି । ସାରା ବିଶ୍ୱରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାୟ ୩୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ସେହିଭଳି ଭାରତରେ କରୋନା ଭାଇରସରେ ୨୯ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇସାରିଲାଣି । କରୋନା ମୁକାବିଲା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶକୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ କରିଦିଆ ଯାଇଛି ।