ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କରୋନା ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । କରୋନା ମାମଲାକୁ ରୋକିବା ପାଇଁବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଧ୍ୟ କଡା ପଦକ୍ଷେପ ନେଇଛନ୍ତି ।
ଡିଜିସିଏ କହିଛନ୍ତି ଯଦି କିଏ ବିମାନବନ୍ଦରରେ କରୋନା ନିୟମ ଉଲ୍ଲଘଂନ କରୁଥିବାର ଜଣାପଡନ୍ତି, ତାହେଲେ ତାଙ୍କୁ ଅନ୍ ସ୍ପଟ୍ ଜରିମାନା ଲଗାଇବାକୁ ବିଚାର କରାଯିବ । ଅନେକ ବିମାନ ବନ୍ଦରରେ କରୋନା ନିୟମକୁ ଠିକ ଭାବେ ପାଳନ କରୁନଥିବାରୁ ଡିଜିସିଏ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଡିଜିସିଏ ସମସ୍ତ ଏୟାରଲାଇନ୍ସକୁ କହିଛି ଯେ ସେ ନିଜ ନିଜ ଯାତ୍ରୀଙ୍କୁ ଫେଓ ମାସ୍କ ପିିନ୍ଧିବା ପାଇଁ ଅନୁରୋଧ କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦୃଷ୍ଟି ଦେଉ । କେନ୍ଦ୍ର ସରକାର ଯଥା ଶୀଘ୍ର କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ।