ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଝିରେ ଆଉ ଗୋଟିଏ ଦିନର ବ୍ୟବଧାନ ରହିଥିବା ବେଳେ କିନ୍ତୁ କଂଗ୍ରେସରେ ଟିକେଟ ବଣ୍ଟା ବିବାଦ ସରିବାର ନାଁ ଧରୁନି । ଗୋଟେ ପଟେ ନିର୍ବାଚନ ପାଇଁ ପ୍ରଚାର ଘମାଘୋଟ ଚାଲିଥିଲା ବେଳେ ଏପଟେ ପିସିସି ସଭାପତିଙ୍କ ଘରେ ଟିକେଟ ପାଇଁ ବସିଛନ୍ତି ଧର୍ମଶାଳା ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ କିଷାନ ପଣ୍ଡା । ଦୁଇଦିନ ତଳେ ଧର୍ମଶାଳାରେ ପୂର୍ବରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ସ୍ମୃତିରେଖା ପହିଙ୍କୁ ବଦଳାଇ ଦଳ ଦୁଇ ଦିନ ପୂର୍ବେ କିଶାନ ପଣ୍ଡାଙ୍କ ନାମ ଘୋଷଣା କରିଥିଲା ।
ବର୍ତ୍ତମାନ କିନ୍ତୁ ସେଠାରେ ତାଙ୍କ ନାମ ଘୋଷଣା ହୋଇ ସାରିଥିଲେ ସୁଦ୍ଧା ତାଙ୍କୁ ଏ ପର୍ଯ୍ୟନ୍ତ ଟିକେଟ ମିଳିନି । ଯାହାକୁ ନେଇ ଶ୍ରୀ ପଣ୍ଡା ଏବେ ଆଶଙ୍କାରେ ରହିଛନ୍ତି । ଏପଟେ ନାମାଙ୍କନ ଦାଖଲର ଆଜି ଶେଷ ଦିନ ହୋଇଥିଲେ ମଧ୍ୟ ତାଙ୍କୁ ଟିକେଟ ନ ମିଳିବାରୁ ସେ ଏବେ ପିସିସି ସଭାପତିଙ୍କ ଘରେ । ସେପଟେ ବଡଚଣା ଓ ନିମାପଡା ବିଧାନସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଡଚଣାରୁ କଂଗ୍ରେସ ଅଜୟ ସାମଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି । ସେପଟେ ଟିକେଟ ଘୋଷଣାକୁ ବିଳମ୍ବ ହେଉଥିବାରୁ ପ୍ରାର୍ଥୀ ମାନେ ଦଳ ଛାଡୁଥିବା ବେଳେ ପୁଣି ଅନ୍ୟପକ୍ଷେ କାହାକୁ ପ୍ରାର୍ଥୀ ଘୋଷଣା କରି ଟିକେଟ ଦେଉନି । ଯାହା ବର୍ତ୍ତମାନ ପିସିସି ସଭାପତିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ପ୍ରାର୍ଥୀ ପତ୍ର ଦାଖଲର ମଧ୍ୟ ଶେଷ ଦିନ ରହିଛି ତେବେ ଦଳ କାହିଁକିି ଟିକେଟ ଦବାରେ ବିଳମ୍ବ କରୁଛ ତାକୁ ନେଇି ତାହା ବର୍ତ୍ତମାନ ଆଶାୟୀଙ୍କ ଆଶଙ୍କା ବଢାଉଛି ।