ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦୁନିଆର ପ୍ରଥମ ଦେଶ ସ୍ମଟଲ୍ୟାଣ୍ଡ ଯେଉଁଠି ଋୁତୁସ୍ରାବ ସମ୍ବଦ୍ଧିତ ସମସ୍ତ ଉତ୍ପାଦନ ମାଗଣାରେ ଦିଆଯିବ । ଏବେ ବି କେତେକ ଲୋକଙ୍କ ଚିନ୍ତାଧାରା ହେଉଛି ମହିଳା ପିରିୟଡ଼ସରେ ଶୁଦ୍ଧ ହୋଇନଥାନ୍ତି ।ସେହିପରି ଆଜି ବି ଅନେକ ମହିଳା ଅଛନ୍ତି ଯେଉଁମାନେ ପିରିୟଡ଼ସରେ କପଡ଼ା ବ୍ୟବହାର କରୁଛନ୍ତି ।
ପିରିୟଡ଼ସରେ ବ୍ୟବହୃତ ହେଉଥିବା ଜିନିଷ ମହଙ୍ଗା ହୋଇଥିବାରୁ ଯାହା ଫଳରେ ମହିଳାମାନେ କପଡ଼ା ବ୍ୟବହାର କରିଥାନ୍ତି, କିନ୍ତୁ ସେମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଦେଶରେ ‘ପିରିୟଡ୍ ପ୍ରଡକ୍ଟ ଅଧିନିୟମ ପାରିତ ହୋଇଛି ।ଏ ବାବଦରେ ସ୍କଟଲ୍ୟାଣ୍ଡ ସଂସଦରେ ଏକ ବିଲ ପାରିତ ହୋଇଛି ।
ସୂଚନା ଅନୁଯାୟୀ , ୨୦୧୮ ମସିହାରେ ସ୍କଟଲ୍ୟାଣ୍ଡ ସରକାର ସମସ୍ତ ବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟଙ୍କୁ ମହିଳାମାନଙ୍କୁ ମାଗଣାରେ ସାନିଟାରି ପ୍ୟାଡ଼ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସଂସଦରେ ଏହି ବିଲ ପାରିତ ହେବା ପରେ ଦେଶରେ ସମସ୍ତ ମହିଳାଙ୍କୁ ମାଗଣା ପ୍ୟାଡ଼ ଯୋଗାଇ ଦିଆଯିବ ।
ସ୍କଟିଶ ଲେବରର ମୁଖ୍ୟ ମୋନିକା ଲେନନ ଏହି ଦିନକୁ ଗର୍ବର ଦିନ ବୋଲି କହିଛନ୍ତି । ଏବଂ ସେ ଏହା ମଧ୍ୟ କହିଛନ୍ତି ,ଏହା ସେହି ଯୁବତୀ ଏବଂ ମହିଳାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ ଯେଉଁମାନଙ୍କୁ ପିରିୟଡ଼ ସମୟରେ ଏହି ଜିନିଷ ମିଳୁନଥିଲା ।