କଟକ (ଏଟିଆର ବ୍ୟୁରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି । ହଷ୍ଟେଲ ଛାତରୁ ତଳକୁ ଖସି ପଡିଛନ୍ତି ଛାତ୍ର । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ସେ ଜଣେ ଦିବ୍ୟାଙ୍ଗ ଏବଂ ତାଙ୍କ ନାଁ କୁଶଧର ବାଗ୍, ଘର ବଲାଙ୍ଗିରିରେ ବୋଲି ଜଣାପଡିଛି ।
ଛାତ୍ର ଜଣଙ୍କ ରାଜନୀତି ବିଜ୍ଞାନରେ ପିଏଚଡି କରୁଥିଲେ । ଗତକାଲି ରାତିରେ ସେ ହଷ୍ଟେଲ ଛାତକୁ ଯାଇଥିଲେ । ମାତ୍ର ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ଛାତରୁ ତଳକୁ ଠେଲି ଦେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ପଚରାଉଚରା କରିବା ସହ ମୃତଦେହକୁ ପୋଷ୍ଟମର୍ଟମ କରିବା ଲାଗି ପଠାଇଦେଇଛି ।