ମାଲକାନଗିରି(ଏଟିଆର ବ୍ୟୁରୋ): ଆଜି ଠାରୁ ମାଓବାଦୀ ମାନଙ୍କ ଦ୍ୱାରା ପିଏଲଜିଏ ସପ୍ତାହ ପାଳନ କରାଯାଉଛି । ଏହି ସପ୍ତାହ ମାଓବାଦୀ ମାନେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଳନ କରିବେ ବୋଲି ଆହ୍ନାନ ଦେଇଛନ୍ତି । ମାଓବାଦୀ ମାନେ ମାଲାକାନଗିରି ଜିଲ୍ଲାର ବହୁ ଜାଗାରେ ମାଓ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏହାକୁ ନଜରରେ ରଖି ବିଏସଏଫ, ସିଆରପିଏଫ, ଡିଭିଏଫ ଯବାନଙ୍କ ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜିବା ପାଇଁ ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣତ ପିଏଲଜିଏ ସପ୍ତାହ ପାଳନ କରିବା ସମୟରେ ମାଓବାଦୀ ମାନେ ବଡ ଅଘଟଣ ଘଟାଇଥାନ୍ତି ।
ଏହାକୁ ନଜରରେ ରଖି ବିଏସଏଫ ଓ ପୋଲିସ ପକ୍ଷରୁ ଆନ୍ଧ୍ରା ଓ ଛତିଶଗଡ ସୀମାକୁ ସିଲ କରାଯାଇଛି । ଏହା ସହ ନକ୍ସଲ ପ୍ରବଣ ଅଞ୍ଚଳ କୋରାପୁଟର ନାରାୟଣପାଟଣା, ବନ୍ଧୁଗାଁ, ପାଟାଙ୍ଗୀ,ନନ୍ଦପୁର, ଲମତାପୁଟ ଓ ପାଡୁଆ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମାଓ ଉପଦ୍ରୁତ ଅଞ୍ଚଳକୁ ସରକାରୀ ବସ ଚଳାଚଳ ବନ୍ଦ କରାଯାଇଛି । ଅନ୍ୟପଟେ ଜିଲ୍ଲା ଭିତରେ ଓ ବାହାରେ ଅଚିହ୍ନା ଲୋକଙ୍କ ଗାଡି ଓ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଉଛି । ମାଓବାଦୀ ମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାରୁ ସାଧାରଣ ଲୋକ ଭୟଭିତ ନହୋଇ ପୋଲିସଙ୍କୁ ସାହାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।