ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ନେତାଙ୍କ ସହ ଯୋଗ ଦେଇ ଜୋ ବିଡ଼େନଙ୍କୁ ଆମେରିକାର ୪୬ ତମ ରାଷ୍ଟ୍ରପତି ହେବାର ଅଭିନନ୍ଦନ ଜଣାଇଛନ୍ତି । ଆପଣଙ୍କ ର ଏହି ଚମତ୍କାର ବିଜୟ ପାଇଁ ଅଭିନନ୍ଦନ । ଭାରତ ଓ ଆମେରିକା ର ସମ୍ପକକୁ ମଜଭୁତ କରିବା ପାଇଁ ଆପଣଙ୍କ ଅବଦାନ ଗୁରୁତ୍ୱପୁର୍ଣ୍ଣ ଏବଂ ଅମୂଲ୍ୟ ଥିଲା । ଭାରତ ଓ ଆମେରିକା ସମ୍ପର୍କ କୁ ଅଧିକ ମଜବୁତ କରିବା ପାଇଁ ମୁ ପୁଣି ଥରେ ମିଳିତ ଭାବେ ଆଗ୍ରହୀ ହୋଇ କାମ କରିବି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତୀୟ ମୂଳ ନିବାସୀ କମଲା ହାରିସ ଙ୍କୁ ମଧ୍ୟ ସେ ଶୁଭେଛ୍ଛା ଜଣାଇଛନ୍ତି । ଏବଂ ସେ କହିଛନ୍ତି ଆପଣଙ୍କ ଏହି ସଫଳତା ସମସ୍ତ ଭାରତୀୟ ଓ ଆମେରିକା ପାଇଁ ଗର୍ବ ର ବିଷୟ । ଆପଣଙ୍କ ସମର୍ଥନ ଏବଂ ନେତୃତ୍ୱରେ ଭାରତ ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ମୁଁ ଆଶା କରୁଛି । ଜୋ ବିଡ଼େନ ଏବଂ କମଲା ହାରିସଙ୍କୁ ଅଭିନନ୍ଦ ଜଣାଇଛିନ୍ତି ଆମେରିକା ବାସୀ ଏବଂ ଅନ୍ୟ ଦେଶର ନେତାମାନେ । ୭୭ ବର୍ଷିୟ ଜୋ ବିଡ଼େନ ୭୪ ବର୍ଷ ବୟସରେ ଡ଼େ଼ାନାଲ୍ଡ ଟ୍ରମ୍ପଙ୍କୁୁ ହରାଇ ୪୬ ତମ ଆମେରିକା ରାଷ୍ଟ୍ରପତି ହୋଇଛନ୍ତି ।ଜୋ ବିଡ଼େନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାରାକ ଓବାମା ମନୋନିତ କରିଥିଲେ ।