ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳି । ଏହି ଅବସରରେ ଲୋକମାନେ ଆଜି ବାଣ ଫୁଟାଇବେ । ତେଣୁ ଆଜିର ଦିନରେ ଅଧିକ ଅଗ୍ନିକାଣ୍ଡ ସମେତ ଅଘଟଣ ଘଟିବାର ଆଶଙ୍କା ରହିଥାଏ । ଏହି ଅବସରରେ ପ୍ରଶାସନ ପକ୍ଷରୁ ଅଘଟଣକୁ ଏଡାଇବା ପାଇଁ ପୂର୍ବ ପ୍ରସ୍ତୁତି ରହିଛି । ସମସ୍ତ ଦମକଳ କେନ୍ଦ୍ରକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି । ସେହିଭଳି ବାଣ ଫୁଟାଇବା ପାଇଁ କିଛି ନୀତି ନିୟମ ଓ କଟକଣା ପ୍ରଶାସନ ପକ୍ଷରୁ ଜାରି କରାଯାଇଛି ।
ରାତି ୧୦ ଟା ପରେ ବାଣ ଫୁଟାଇଲେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଟ୍ୱିନ ସିଟିରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଳି କନ୍ଦିରେ ନିଆଁ ଲିଭାଇବା ପାଇଁ ସ୍ୱତନ୍ତ୍ର ବାଇକ୍ ସ୍କାଡ କରାଯାଇଛି । କଟକରେ ୫ଟି ଅସ୍ଥାୟୀ ଦମକଳ କେନ୍ଦ୍ର କରାଯାଇଛି । କଟକରେ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ଖୋଲାଯାଇଛି। ସାରା ରାଜ୍ୟରେ ସର୍ବମୋଟ ୩୩୭ଟି ଅଗ୍ନିଶମ କେନ୍ଦ୍ରକୁ ସଜାଗ କରାଯାଇଛି ।