ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ବିଧାନ ସଭାଗୃହ କମିଟି ଆଗରେ ଉପସ୍ଥିତ ହୋଇ ଆଜି ପୂର୍ବାହ୍ନ ୧୧ଟାରେ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର ମିତ୍ର । ଗତ କାଲି ସଭାଗୃହରେ ଉପସ୍ଥିତ ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରିପାରି ନଥିଲେ । ଶ୍ରିଘ୍ର ଆସିବେ କହି ଗତକାଲି ଅଭିଜିତ ବିଧାନ ସଭା ଗୃହ କମିଟିରେ କହିଥିଲେ । ମାତ୍ର ଅଭିଜିତ ଏବଂ ତାଙ୍କ ଓକିଲଙ୍କୁ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ସତ୍ୟପାଠ ଦାଖଲ କରିପାରିନଥିଲେ । ଏଣୁ ଆଜି ଅଭିଜିତଙ୍କ ପାଇଁ ଆଜି ଶେଷ ସୁଯୋଗ ଥିଲା । ଆଜି ତୃତୀୟ ଥର ପାଇଁ ସଭା ଗୃହରେ ହାଜର ହୋଇଛନ୍ତି । ଅଭିଜିତଙ୍କ ସତ୍ୟପାଠଟି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ସତ୍ୟପାଠକୁ ଆଧାର କରି କମିଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ ।
ଓଡିଶାର ସସ୍କୃତି ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ଭାବ ବେଗକୁ ଆଘାତ ଦେଇଥିଲେ । କେବଳ ଏତିକି ନୁହେଁ ଓଡିଶାର ବିଧାୟକଙ୍କ ପାଇଁ ମଧ୍ୟ ଅପଶଦ୍ଦ ବ୍ୟବହାର କରି ବିବାଦ ଘେରରେ ଥିଲେ । ଭୁବନେଶ୍ୱର ସହୀଦ ନଗର ଥାନା ଏବଂ କୋଣାର୍କ ଥାନାରେ ମାମଲା ରହିଛି । ଏବେ ଅଭିଜିତ କମିଶନରେଟ ପୋଲିସ ଦ୍ୱାରା ଗିରଫ ହେବା ପରେ ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ଏବେ ଅଭିଜିତ ଝାରପଡା ଜେଲରେ ରହୁଛନ୍ତି । ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା ଗୃହ କମିଟି ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । କିନ୍ତୁ ବିଳମ୍ବରେ ସତ୍ୟପାଠ ଦାଖଲ କରିଛନ୍ତି ।