ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ସଫଳତା ବିଷୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବଖାଣିଛନ୍ତି ।
ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ମୋଟ ୮ଟି ବ୍ଲକର ବାସିନ୍ଦାଙ୍କ ସହ କଥା ହୋଇ ଆବଶ୍ୟକ ଅନୁଯାୟୀ ବ୍ୟୟ ମଞ୍ଜୁର କରିଛିି । ୧୬୮ଟି ପଂଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୩୫.୧୧କୋଟି ଟଙ୍କା ମଞ୍ଜୁରୀପ୍ରାପ୍ତ ହୋଇଛି । ସର୍ବମୋଟ ୧୩୯୮ଟି ପ୍ରକଳ୍ପ ଗାଁ ଲୋକଙ୍କ ବିଭିନ୍ନ ସୁବିଧା ସୁଯୋଗ ପହଂଚାଇବା ସହ ବିକାଶର ମାର୍ଗ ପ୍ରଶସ୍ତ କରିବ ।
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୮ଟି ବ୍ଲକର ବାସିନ୍ଦାଙ୍କ ସହ କଥା ହୋଇ ଆବଶ୍ୟକତା ଅନୁଯାୟୀ ୧୬୯ଟି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୩୫.୧୧କୋଟି ଟଙ୍କା ମଞ୍ଜୁର କରିଛି। ମଞ୍ଜୁର ହୋଇଥିବା ୧୩୯୮ଟି ପ୍ରକଳ୍ପ ଗାଁ ଲୋକଙ୍କ ନିକଟରେ ବିଭିନ୍ନ ସୁବିଧା ସୁଯୋଗ ପହଞ୍ଚାଇବା ସହ ବିକାଶର ମାର୍ଗ ପ୍ରଶସ୍ତ କରିବ। pic.twitter.com/rxFQDkDPwO
— Naveen Patnaik (@Naveen_Odisha) July 5, 2018