ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଗରୀବଙ୍କ ପାଇଁ ଗୋଟିଏ ପରେ ନୂଆ ଯୋଜନା କରି ସବୁ ବେଳେ ଚର୍ଚ୍ଚାରେ ରହୁଛନ୍ତି ନବୀନ ପଟ୍ଟନାୟକ । ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ମହାନତା ଦେଖିବାକୁ ମିଳିଛି । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଏହି ଯୋଜନାରେ ପୂର୍ବରୁ ୧ ଲକ୍ଷ ଟଙ୍କା ଥିବା ବେଳେ ଏବେ ସରକାର ଏହାକୁ ବାର୍ଷିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ।
ଏବେ ସୁଦ୍ଧା ଏହି ଯୋଜନାରେ ୧ କୋଟିରୁ ଅଧିକ ରୋଗୀ ଉପକୃତ ହେଉଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହସ୍ପିଟାଲରେ ଏହି ସୁବିଧା ମିଳିବ । ଏହାଛଡ଼ା ଟାଟା ମେମୋରିଆ ହସ୍ପିଟାଲ, ସିଏମସି ଭେଲୋର, ନାରାୟଣ ହୃଦୟାଳୟରେ ଏହା ଉପଲବ୍ଧ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ରାଜ୍ୟ ବାହାରକୁ ଗଲେ ୨ ହଜାର ଟଙ୍କାର ଗମନାଗମନ ଭତ୍ତା ବି ମିଳିବ ।