ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଢ଼େଙ୍କାନାଳ ଜିଲ୍ଲାର ପାଲଲହଡା ନିର୍ବାଚନ ମଣ୍ଡଳୀରୁ ସଦ୍ୟ ଆସିଥିବା ରିପୋର୍ଟ ଅନୁଯାୟୀ ବିଜେଡି ପ୍ରାର୍ଥୀ ମୁକେଶ ପାଲ ବିଜୟ ହୋଇଛନ୍ତି । ବିଧିବଦ୍ଧ ଭାବରେ ଜିଲ୍ଲାପାଳ ତାଙ୍କୁ ବିଜୟୀ ଘୋଷଣା କରିଛନ୍ତି । ଏହି ବିଜୟ ପରେ ବିଜେଡିକୁ ଦ୍ୱିତୀୟ ବିଜୟ ମିଳିଛି । ବର୍ତ୍ତମାନ ସୁଦ୍ଧା ସବୁଜାଗାରେ ଗଣତି ଚାଲିଥିବା ବେଳେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ଫଳାଫଳ ବାହାରିଥିଲା । ସେଠାରେ ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ବିଜୟୀ ହୋଇଥିଲେ । ଏବେ ମୁକେଶଙ୍କ ବିଜୟ ଦଳକୁ ଦ୍ୱିତୀୟ ସଫଳତା ଦେଇଛି ।
ପାଲଲହଡାରେ ମୁକେଶଙ୍କ ସ୍ଥିତି ଭଲ ରହିଥିଲା । ଯାହାର ଜ୍ୱଳନ୍ତ ଉଦାହରଣ ଏବେ ଫଳାଫଳ ପରେ ଜଣା ପଡିଛି । ଏଠାରେ ବିଜେପି ଅଶୋକ ମହାନ୍ତିିଙ୍କୁ ପ୍ରାର୍ଥୀ କରିଥିଲା । ଦୁହିଁଙ୍କ ମଧ୍ୟରେ କଡା ଟକ୍କର ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ଅଶୋକଙ୍କୁ ପଛରେ ପକାଇ ମୁକେଶ ବିଜୟ ହୋଇଛନ୍ତି । ଏଠାରେ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଗାର୍ନିକ ପଛରେ ପଡିଯାଇଛନ୍ତି ।
ସୂଚନାଯୋଗ୍ୟ, ପାଲଲହଡା ନିର୍ବାଚନ ମଣ୍ଡଳୀ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ୨୦୦୪ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରତିଦ୍ୱନ୍ଦିତା କରିଥିଲେ । ଢ଼େଙ୍କାନାଳ ଜିଲ୍ଲାର ବହୁ ନେତା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀପଦ ମଧ୍ୟ ଅକ୍ତିଆର କରିଛନ୍ତି । ଗତଥର ଜିଲ୍ଲାର ଦୁଇଜଣଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିଥିଲା । ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗୁଆ ରହିଛନ୍ତି ।