ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଗତଖାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଜଣେ ଯୁବ ନେତାଙ୍କୁ ଚାପୁଡା ମାରିଥିଲେ । ଏହାକୁ ନେଇ ବିରୋଧୀ ଦଳ ମାନଙ୍କରେ ତୀବ୍ର ଅଷନ୍ତୋଶ ପ୍ରକାଶ ପାଇଥିଲା । ଏହା ସହିତ ଚାପୁଡା ମାରୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଯାଇଥିଲା । ତେବେ ଆଜି ଚାପୁଡା ବାଜିଥିବା ଯୁବକ ପୁର୍ବତ୍ତନ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ସାହୁ ଆଜି ଘଟଣା ବିଷୟରେ ମୁହଁ ଖୋଲିଛନ୍ତି । ସଂଗ୍ରାମ କହିଛନ୍ତି ଯେ ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି ବାସ ଗାଲକୁ ଟିକେ ଛୁଇଁ ଦେଇଛନ୍ତି । ସେ ଏହି କଥାକୁ ବେଶ ହାଲୁକାରେ ନେଇଛନ୍ତି ।
ଏହା ସହ ସଂଗ୍ରାମ କହିଛନ୍ତି ଯେ ସେ ଛାତ୍ର ଜୀବନ କାଳରୁ ସାଂସଦ ଚନ୍ଦ୍ର ଶେଖରଙ୍କୁ ତାଙ୍କ ଆର୍ଦଶ ମାନି ରାଜନୀତି କରିଛନ୍ତି ଏବଂ ସାଂସଦ ତାଙ୍କ ବଡ ଭାଇ ଭଲି । ସାଂସଦ ତାଙ୍କୁ ଚାପୁଡା ମାରି ନାହାନ୍ତି ବାସ ଟିକେ ଆକଟ କରିଛନ୍ତି ବୋଲି ସଂଗ୍ରାମ କହିଛନ୍ତି । ସାଂଗ୍ରାମ କଂଗ୍ରେସ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି ଓ ସବୁ ଦିନ ପାଇଁ ବିଜେଡି ଦଳରେ ରହିବେ ବୋଲି କହିଛନ୍ତି ।