ଭୁବନେଶ୍ୱର (ଏଟିଆର ବ୍ୟୁରୋ);ଶେଷ ପର୍ଯ୍ୟାୟ ନିର୍ବାଚନ ସରିଛି । ଫଳାଫଳକୁ ବାକି ଅଛି ମାତ୍ର ୩ଦିନ । ଏହି ଭିତରେ କିନ୍ତୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଇଥିବା ଏକଜିଟ ପୋଲକୁ ନେଇ ଚର୍ଚ୍ଚା ଲାଗି ରହିଛି । ସୂଚନା ଅନୁସାରେ କେନ୍ଦ୍ରରେ ବିଜେପି ବହୁମତ ପାଇବା ଆଶଙ୍କା କରାଯାଉଛି । ତେବେ ରାଜ୍ୟରେ ମଧ୍ୟ ୬ରୁ ୧୦ ମଧ୍ୟରେ ସାଂସଦ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହି ଏକଜିଟ ପୋଲକୁ ନେଇ ବିଜେପିର କିଛି ବରିଷ୍ଟ ନେତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ରାଜ୍ୟରେ ବିଜେପି ୬୦ରୁ ୭୦ ବିଧାନସଭା ଆସନ ଜିତିବ । ଦେଶ ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଯାଉଛି ।
ଏକଜିଟ ପୋଲକୁ ନେଇ ଜୁଏଲ ଓରାମ କହିଛନ୍ତି ବିଧାନସଭା କ୍ଷେତ୍ରରେ କରାଯାଇଥିବା ଏକଜିଟ ପୋଲ ଭୁଲ ହୋଇପାରେ । ବିଜେପି ୧୨୦ ପ୍ଳସ ମିଶନ ରଖିଥିଲା । ସେଥିମଧ୍ୟରୁ ୭୦ ଆସନ ପାଇ ରାଜ୍ୟରେ ସରକାର ଗଠନ କରିବ । ସେହିଭଳି ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ସର୍ଭେକୁ ନେଇ ତୁଣ୍ଡ ଖୋଲିଛନ୍ତି ବିଜେପି ନେତା ଦାମୋଦର ରାଉତ । ଶ୍ରୀ ରାଉତ କହିଛନ୍ତି ଗଣମାଧ୍ୟମର ଆକଳନ ଠିକ ହେବନି ।
ନିର୍ବାଚନ ଏକ ହାର ଜିତ ପକ୍ରିୟା । ମୁଁ ନିଜେ କହୁନି ଜିତିବି ବୋଲି ଯେଉଁମାନେ ଭୋଟ ଦେଇଛନ୍ତି । ସେମାନେ କହୁଛନ୍ତି ମୁଁ ଜିତିବି ବୋଲି । ସେହିଭଳି କେନ୍ଦ୍ରାପଡା ଆସନକୁ ନେଇ ଦାମ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ଜିତିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବଲାଙ୍ଗୀରରେ ନରସିଂହ ମିଶ୍ର ବିଜୟ ହେବେ ବୋଲି ତାଙ୍କର ଆଶା ରହିଛି । ପ୍ରଶନ୍ନ ଆଚାର୍ଯ୍ୟ ଏବଂ ଖାରବେଳ ସ୍ୱାଇଁଙ୍କ କଥା ମୁଁ କହିପାରିବିନି ବୋଲି ଦାମ କହିଛନ୍ତି । ଅପରପକ୍ଷରେ ଏକଜିଟ ପୋଲକୁ ନେଇ ବୈଜୟନ୍ତ ପଣ୍ଡ କହିଛନ୍ତି ଏକଜିଟ ପୋଲର ଆକଳନ ସବୁବେଳେ ଭୁଲ ହୁଏନାହିଁ । ଓଡିଶାରେ ବିଜେପି ବଢ଼ୁଛି ଏକଜିଟ ପୋଲ ସହ ମୁଁ ଏକମତ ।