ଯାଜପୁର (ଏଟିଆର ବ୍ୟୁରୋ); ଦୌଡରାଣୀ ଦୂତି ଚାନ୍ଦଙ୍କୁ ସମଲିଙ୍ଗୀ ବିବାହ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଦୂତିଙ୍କ ଏହି ବଡ ଖୁଲାସା ପରେ ତୁଣ୍ଡ ଖୋଲିଛନ୍ତି ପରିବାର ଲୋକ । ଦୂତିଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦ କହିଛନ୍ତି କି ଏହା ଏକ ଷଡଯନ୍ତ୍ର । ତା ଟଙ୍କାକୁ ହଡପ କରିବା ପାଇଁ ଏହା ଏକ ଚାଲ । ସେ ସିଧାସଳଖ କିଟ ଏବଂ କିସକୁ ମଧ୍ୟ ଦାୟୀ କରିଛନ୍ତି ।
ସରସ୍ୱତୀ ଆହୁରି ମଧ୍ୟ କହିଛନ୍ତି କି ଦୂତି ଯେଉଁ ରାସ୍ତାରେ ଯାଉଛନ୍ତି ତାହା ଦେଶ ପାଇଁ ଖରାପ । ଦୂତି ଜଣେ ଆଗ ଧାଡିର ଖେଳାଳି ସେ ଖେଳରେ ଫୋକସ କରିବା କଥା । ଏମିତି ହେଲେ ଅଲମ୍ପିକରେ ସଫଳତାର ଆଶା ମଉଳିଯିବବୋଲି କହିବା ସହିତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି ।
ଅପରପକ୍ଷରେ ଦୂତିଙ୍କ ମା ମଧ୍ୟ ଦୂତିଙ୍କର ଏହି ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ଗଣମାଧ୍ୟମକୁ ଏନେଇ ଏକ ସାକ୍ଷାତକାରରେ କହିଛନ୍ତି ଦୂତିଙ୍କୁ ଟଙ୍କା ଏବଂ ସମ୍ପତି ପାଇଁ ପ୍ରେମ ଜାଲରେ ଫସାଯାଇଛି । ଏଥିରେ ଦୂତିଙ୍କୁ ସ୍ପର୍ଷର କରୁଥିବା ସଂସ୍ଥାର ହାତ ରହିଥିବା ତାଙ୍କ ମା ଅଭିଯୋଗ କରିଛନ୍ତି । ଏମିତି ଏହି ପ୍ରେମ କାରଣର ପାଇଁ ସେ ପରିବାର ଲୋକଙ୍କଠାରୁ ଦୂରେଇ ରହି ଖରାପ ବ୍ୟବହାର କରିଥିବା ତାଙ୍କ ମା ପ୍ରକାଶ କରିଛନ୍ତି । ତାଙ୍କ ଧନ ଜୀବନ ଏବେ ସୁରକ୍ଷିତ ନାହିଁ ବୋଲି ସେ ଜଣାଇଛନ୍ତି ।