ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଜେପୁର ଉପ-ନିର୍ବାଚନ ସରିଯାଇଛି । ଏଥିରେ ବିଜେଡି ପ୍ରାର୍ଥୀ ରିତା ସାହୁ ରେର୍କଡ ସଂଖ୍ୟାରେ ଭୋଟ ପାଇ ଜିତିଛନ୍ତି । ଏହା ପରେ ଅନ୍ୟ ଦଳ ମାନେ ବିଜେଡି ଦଳ ଉପରେ ବିଭିନ୍ନ ପ୍ରକାରରେ ଅଭିଯୋଗ କରୁଛନ୍ତି । ତେବେ କଂଗ୍ରେସ ଦଳ ବିଜେପୁର ଉପ-ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ତୁଙ୍ଗ ନେତା କୁହାଯାଉଥିବା ସୁର ରାଉତରାୟ ଚାଞ୍ଚଲ୍ୟ କର ବୟାନ ଦେଇଛନ୍ତି । ସେ କହିଛନ୍ତି ବିଜେପୁର ଉପ-ନିର୍ବାଚନରେ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କା ବାଣ୍ଟିଛି । ପୁରୁଷଙ୍କୁ ୨୦୦୦, ମହିଳାଙ୍କୁ ୧୫୦୦ ଓ ଯୁବକ ମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯାଇଛି । ଏହା ସହ ଭୋଜି କରିବା ପାଇଁ ମଦ, ମାଂସ ମଧ୍ୟ ଯେଗାଇ ଦିଆଯାଇଥିଲା । ମାଳ ମାଳ ନେତା ମନ୍ତ୍ରୀ ମାନେ ବିଜେପୁରରେ ପ୍ରଚାର କରିବା ସହ ବିଜେପୁରକୁ ଜଗି ରହିଥିଲେ ।
ସୁର ଖାଲି ବିଜେଡିକୁ ନୁହେଁ ବିଜେପିକୁ ମଧ୍ୟ ତାତ୍ସଲ୍ୟ କରି ବୟାନ ବାଜି କରିଛନ୍ତି । ସୁର କହିଛନ୍ତି ବିଜେପି ବିଜେପୁର ଉପ- ନିର୍ବାଚନ ପାଇଁ ବିଜେଡି ସହ ହାତ ମିଶାଇ ଥିଲା । ବିଜେପି ପ୍ରାର୍ଥୀ ପ୍ରଚାର କରିବାର ମୁଁ ଦେଖିବାକୁ ପାଇନଥିଲି । ବିଜେପି ଓ କଂଗ୍ରେସର କୌଣସି ପୋଷ୍ଟର କି ବ୍ୟାନର ଲାଗିନଥିଲା । କହିବାକୁ ଗଲେ କଂଗ୍ରେସ ଭଳି ବିଜେପି ମଧ୍ୟ ବିଜେପୁରରେ ମରିକି ପଡିଥିଲା ।