ମାଲକାନଗିରି (ଏଟିଆର ବ୍ୟୁରୋ): ଗୁରୁପ୍ରିୟା ସେତୁର ଉଦଘାଟନ କାର୍ଯ୍ୟକୁ ରାଜ୍ୟ କଂଗ୍ରେସ ବିରୋଧ କରିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଘୋଷଣା କରିଛନ୍ତି ।
ଖବର ଅନୁସାରେ, ମାଲକାନଗିରିକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ୟୁପିଏ ସରକାର ଥିବାବେଳେ ରାଜ୍ୟ ସରକାରଙ୍କୁ ମଞ୍ଜୁରୀ ପ୍ରଦାନ କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନାମରେ କରି ଉତ୍ଫୁଲିତ ହେଉଛନ୍ତି ।
ମାଲକାନଗିରି ଏକ ଆଦିବାସୀ ଅଂଚଳ । ଏହା ବ୍ୟତୀତ ଏହା ଏକ ନକ୍ସଲ ଅଂଚଳ ଭାବେ ପ୍ରାୟ ସମେସ୍ତ ଜାଣନ୍ତି । ଏଠିକାର ଅନେକ ଆଦିବାସୀ ନିଜର ଜାତିଗତ ପ୍ରମାଣ ପତ୍ର ପାଇ ନାହାନ୍ତି । ତେଣୁ ଆଦିବାସୀଙ୍କର ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଉଦଘାଟନ କାର୍ଯକୁ ବିରୋଧ କରିବ ବୋଲି ଜଣାପଡିଛି ।