ପାରାଦୀପ (ଏଟିଆର ବ୍ୟୁରୋ) ; ବାଲିଯାତ୍ରା ମଞ୍ଚରେ ରାଜନୀତିକ ଛୁଙ୍କ । ସ୍ଥାନୀୟ କଳିଙ୍ଗ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟିଏ ମଞ୍ଚରେ ବିଜେଡିରୁ ତଡା ଖାଇଥିବା ବରିଷ୍ଟ ନେତା ଦାମୋଦର ରାଉତ ଏବଂ ବିଜେଡିର ବରିଷ୍ଟ ମନ୍ତ୍ରୀ ଏବଂ ସାଂସଦ ଯୋଗ ଦେଇଥିଲେ । ଦାମବାବୁଙ୍କୁ ପ୍ରଥମେ କହିବା ପାଇଁ କୁହାଯାଇଥିଲା । ନିଜର ଭାଷଣ ଆରମ୍ଭ କରିଥିଲେ ବାଲିଯାତ୍ରାର ଐତିହ୍ୟ, ପରମ୍ପରା ଏବଂ ସାଧବ ପୁଅଙ୍କ କଥା କହିବା ପରେ ଶାସକ ଦଳକୁ ସମାଲୋଚନା କରିବା ଭଳି କିଛି ମନ୍ତବ୍ୟ ଦେଇଥିଲେ । ସଭାରେ ଉପସ୍ଥିତ ଥିବା ନେତାଙ୍କୁ ମଧ୍ୟ ତାଛଲ୍ୟ କଲା ଭଳି ଆକ୍ଷେପ କରିଥିଲେ ।
ଦାମଙ୍କ ପରେ ଜଣଙ୍କ ପରେ ଜଣେ ବିଜେଡି ନେତାଙ୍କ ପାଳି ପଡିଥିଲା । ଦାମଙ୍କ ଆକ୍ଷେପର ପ୍ରତିଉତ୍ତର ଦେବାକୁ ଯାଇ ସବୁ ନେତା ସମାଲୋଚନା କରିଥିଲେ । ପ୍ରଥମେ ଅଭିଭାଷଣ ଦେଇଥିବା ବିଧାୟକ ଅତନୁ ସବ୍ୟସଚୀ ନାୟକ ସିଧାସଳଖ କହିଥିଲେ କି ନିଜର ଲକ୍ଷଣରେଖା ଭିତରେ ରହି ବକ୍ତବ୍ୟ ଦେବା ଉଚିତ । ଏରସମା ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କୁ କଡା ସମାଲୋଚନା କରିଥିଲେ ସେ କହିଥିଲେ କି ଆତ୍ମ ଗର୍ବ ପରିତ୍ୟାଗ କରି ପ୍ରତ୍ୟକ ବ୍ୟକ୍ତି ଆତ୍ମସମୀକ୍ଷା କରିବା ଉଚିତ । ସବୁବେଳେ ବିଜୁ ବାବୁଙ୍କ ଆଗରେ ରଖି ବାହାସ୍ପଟ ମାରିବା ଛାଡନ୍ତୁ ବୋଲି ଇଙ୍ଗିତ କରି କହିଥିଲେ ।
ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଶିଶ୍ୟ ମାନୁଥିବା ଦାମବାବୁଙ୍କ ଶେଷରେ ଟାର୍ଗେଟ କରି କହିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ଦାମ ସବୁବେଳେ ବିଜୁ ବାବୁଙ୍କ ନାଁ ନେଇ ଆସୁଥିବାରୁ ସମାଲୋଚନା ଛଳରେ ମାନ୍ୟବର ମନ୍ତ୍ରୀ କହିଛନ୍ତି କି ବିଜୁବାବୁଙ୍କୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବି ନେଇଥିବା ବଡ ଭୁଲ କରନ୍ତି । ଏଭଳି ବହୁ ଆଲୋଚନା ସମାଲୋଚନା ପରେ ଶେଷ ହୋଇଥିଲା ସଭା । ତେବେ ପ୍ରଶ୍ନ ଉଠୁଛି ରାଜନେତାମାନେ କଣ କୋଉ ଜାଗା ବି ଛାଡିବେ ନାହିଁ କି ? ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏମାନେ ଯେଉଁ ଉତ୍ସବକୁ ଗଲେ ସେଠାରେ ଭୂଳ ବିଷୟକୁ ଛାଡି ରାଜନୀତି ଉପରେ ଧ୍ୟାନ ଦେଉଥିବା ଦେଖିବାକୁ ମିଳିଛି ।