ସମ୍ବଲପୁର (ଏଟିଆର ବ୍ୟୁରୋ); କଂଗ୍ରେସକୁ ଇସ୍ତଫା ଦେଲେ ଅଶ୍ୱିନୀ ପୂଜାହାରୀ । ଦଳର ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କୁ ଖରାପ ବ୍ୟବହାର କରଥିବା ଅଭିଯୋଗରେ ଦଳ ଛାଡିଛନ୍ତି ଏହି ବର୍ଷୀୟାନ ନେତା । ସେ ନିଜର ଇସ୍ତଫା ପତ୍ର ଏଆଇସିସି ସଭାପତି ଏବଂ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି । ଏ ନେଇ ଡ. ପୂଜାହାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସମ୍ବଲପୁର ଭିମସାର ମେଡିକାଲରେ ପୂର୍ବତନ ନିର୍ଦ୍ଦେଶକ ଥିଲେ । ଚଳିତ ନିର୍ବାଚନ ପୂର୍ବରୁ ସେବାରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ । କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ତେବେ ଏଠାରେ ବିଜେପି ନେତା ଜୟନାରାୟଣ ମିଶ୍ର ଜିତିଥିଲେ । ତାଙ୍କ ପଛକୁ ରହିଥିଲେ ବିଜେଡି ପୂର୍ବତନ ବିଧାୟକା ରାସେଶ୍ୱରୀ । ଅଶ୍ୱିନୀ ଏହି ଦୁଇ ବରିଷ୍ଟ ନେତାଙ୍କ ଲଢ଼େଇରେ ପଛରେ ପଡିଯାଇଥିଲେ ।
ତେବେ କଂଗ୍ରେସ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ବସିଥିଲା । ଏହି ବୈଠକରେ ଦଳୀୟ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହି ବୈଠକରେ ଜର୍ଜ ତିର୍କୀ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ସମସ୍ତ କଂଗ୍ରେସ କର୍ମୀ ମୋତେ ଏମିତି କଥା କହିଲେ ଯେ ମୁଁ ଭାବିଲି ଏମିତି ସ୍ଥିତିରେ କଂଗ୍ରେସରେ ରହି କିଛି ଲାଭ ହେବନି।”
ଅଶ୍ୱିନୀ ପୂଜାହାରୀ ମାର୍ଚ୍ଚ ୨୪ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ଲୁଣ ଓ ତବଲା ଚିକିତ୍ସ ପ୍ରଣାଳୀ ପାଇଁ ତାଙ୍କୁ ବିରୋଧ କରାଯିବାରୁ ସେ ବାଧ୍ୟ ହୋଇ ଭିମସାର ନିର୍ଦ୍ଦେଶ ପଦରୁ ଇସ୍ତଫା ଦେଇଥିଲେ ।