ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଚାଷୀଙ୍କୁ ସରକାର ରାଜଧାନୀ ମନା କରିଥିବାରୁ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଗାଁରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କର ଯଦି ରାଜଧାନୀ ତେବେ ଆମ ଗାଁ ଆମର ବୋଲି କହିଛନ୍ତି ରାଷ୍ଟ୍ରିୟ ସଂଯୋଜକ ଅକ୍ଷୟ କୁମାର । ଆମକୁ ଯେପରି ରାଜଧାନୀ ମନା ସେହିଭଳି ରାଜନେତା ମାନଙ୍କୁ ଗାଁ ଭିତରକୁ ପୂରେଇ ଦିଆଯିବ ନାହିଁ । ଆନ୍ଦୋଳନକୁ ନିଜ ଅଞ୍ଚଳରୁ ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛି ସଂଘ । ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବୀରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ୨ୟ ପର୍ଯ୍ୟାୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।
ଗତ ୫ ତାରିଖରେ ଭୁବନେଶ୍ୱରରେ ହଜାର ହଜାର ଚାଷୀ ବିକ୍ଷୋଭ କରିଥିଲେ । ମାତ୍ର ଏହାର କୈାଣସି ଫଳ ମିଳିନଥିଲା । ଚାଷୀଙ୍କୁ ରାଜଧାନୀ ମନା କରିଥିଲେ ସରକାର । ଏଣୁ ଚାଷୀମାନେ ହତାସ ହୋଇ ଘରକୁ ଫେରି ଯାଇଥିଲେ । ସେପଟେ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଏକ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହା ଚାଷୀଙ୍କ ପାଇଁ କିଛି ବି ନିଷ୍ପତ୍ତି ନେଇ ନଥିବା କାରଣରୁ ଆଜି ନବନିର୍ମାଣ କୃଷକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିଣେ ସଂଘ ପକ୍ଷରୁ ନିଷ୍ପତ୍ତି ନେଇଛନ୍ତି କି ଆସନ୍ତା ୧୨ ତାରିଖରେ ପ୍ରତି ପଞ୍ଚାୟତ ଆଗରେ ଧାରଣା ଦେବେ । ଏବଂ ଆସନ୍ତା ୧୫ ତାରିଖରେ ଥାନା ଆଗରେ ଧାରଣା ଦେବା ପାଇଁ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି । ସରକାର ଯଦି ଦାବୀ ପୂୁରଣ ନ କରିବେ ତେବେ ଆଇନ ଅମାନ୍ୟ ଆନ୍ଦୋଳନ କରିବେ । ଯାହାକି ଏକ ବଡ ଆନ୍ଦୋଳନର ରୁପ ନେବ ବୋଲି ଆଶା କରାଯାଉଛି ।