କେନ୍ଦୁଝର (ଏଟିଆର ବ୍ୟୁରୋ) ; ଘଟଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭିତରେ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ । କାର୍ଯ୍ୟାଳୟରେ ପଶିବା ପରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ତେବେ ଏ ନେଇ ଥାନାରେ ଏକ ଏତଲା ଦେଇଛନ୍ତି ବ୍ଳକ ପ୍ରଶାସନ । ଖବର ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବିଜେପି କର୍ମୀଙ୍କୁ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି । ତେବେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ଘଟଗାଁ ଥାନା ପୋଲିସ । ବ୍ଳକ ଘେରାଉ କରିବାକୁ ଶହ ଶହ ମହିଳା,ପୁରୁଷ ଓ ଯୁବପିଢ଼ୀର ବିଜେପି କର୍ମୀମାନେ ଏଭଳି ଏକ ଅଭାବନୀୟ ଘଟଣା ଘଟାଇଛନ୍ତି ।
ସୂଚନା ମୁତାବକ ବିଜେପି କର୍ମୀମାକେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ପରେ ବ୍ଳକ ପରିସରରେ ପହଁଞ୍ଚିବା ପରେ ଭଙ୍ଗାରୁଜା କରିଥିଲେ । ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ବିଜେପି ରାଜ୍ୟର ସମସ୍ତ ବ୍ଳକ ଘେରାଉ କରିବା ପାଇଁ ଆଗରୁ ପ୍ରକାଶ କରିଥିଲା । ଶାନ୍ତି ଶୃଙ୍ଖଳାରେ ଏହି ପ୍ରତିବାଦ କରିବା ପାଇଁ କହିଥିବା ବିଜେପିର ଏଭଳି ଗୁଣ୍ଡାଗିରିକୁ ତିବ୍ର ନିନ୍ଦା କରିଛନ୍ତି ସ୍ଥାନୀୟ ବିଜେଡି ନେତା ଏବଂ ବୁଦ୍ଦିଜୀବୀ ମାନେ ।