ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଅପରାଜିତା ଧରିଲେ ପଦ୍ମ । ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ । ଆଜି ନୂଆଦିଲ୍ଲୀ ସ୍ଥିତ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ଅପରାଜିତା ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି । ଅପରାଜିତ ବିଜେପି ଦଳରେ ପ୍ରବେଶ ନେଇ ଦୀର୍ଘଦିନରୁ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଆଜି ଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ ଅପରାଜିତା ବିଜେପିର ମୁକୁଟ ପିନ୍ଧିଛନ୍ତି ।
Smt. @AprajitaSarangi,Ex IAS from #Odisha cadre joined @BJP4India today in the presence of National President Shri @AmitShah.
I welcome her to the BJP family. Her experience in administration esp. in improving school & mass education in Odisha will greatly strengthen @BJP4Odisha. pic.twitter.com/3TPASH0slO— Dharmendra Pradhan (@dpradhanbjp) November 27, 2018
ଅପରାଜିତାଙ୍କ ନାମ ଜଣେ ଦକ୍ଷ ତଥା ବରିଷ୍ଠ ଆଇଏଏସ ଅଫିସର ଭାବେ ବେଶ ଜଣାଶୁଣା । ତାଙ୍କ ଦ୍ୱାରା ଓଡିଶାରେ କେତେକ ସଂସ୍କାର ଆସିପାରିଛି । ଖୋର୍ଦ୍ଦାର ଜିଲ୍ଲାପାଳ ଥିବା ସମୟରେ ସେ ଖୋର୍ଦ୍ଦାରେ ଅନେକ ପରିବତ୍ତନ ଆଣିଥିଲେ । ୧୯୯୪ ମସିହାର ଏହି ଆଇଏଏସ ଅଫିସରଙ୍କ କାମ ପାଇଁ ସେ ସବୁଠି ଚର୍ଚ୍ଚିତ । ତାଙ୍କ କାମ କରିବାର ଅନ୍ଦାଜ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଭୁବନେଶ୍ୱରର (ବିଏମସି ) କମିଶନର ଦାୟିତ୍ୱରେ ଥିବା ବେଳେ ସେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ସେ ଅନେକ ପଦେକ୍ଷପ ନେଇଥିଲେ । ବିଶେଷକରି ଉଠାଦୋକାନୀ ମାନଙ୍କ ପାଇଁ ଭେଣ୍ଡିଂଜୋନର ବ୍ୟବସ୍ତା ସେ କରାଇଥିଲେ । ଖାଲି ସେତିକି ନୁହେଁ ଗଣଶିକ୍ଷା ବିଭାଗ ସଚିବ ଥିବା ବେଳେ ସେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟୀତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋର୍ଟର ବ୍ୟବସ୍ତା କରିଥିଲେ । ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ବେଶ ପ୍ରଶଂସନୀୟ ହୋଇଥିଲା ।
ସେପଟେ ଅପରାଜିତା ଆଜି ଭୁବନେଶ୍ୱର ପର୍ତ୍ୟାବତ୍ତନ କରିବେ । ଭାରତୀୟ ଜନତା ପାର୍ଟି ରାଜ୍ୟ ଶାଖା ତରଫରୁ ତାଙ୍କ ସ୍ୱାଗତ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି । ଅପରାଜିତାଙ୍କ ଭଳି ଜଣେ ଦକ୍ଷ ଓ ସଚ୍ଚୋଟ ଆଇଏଏସ ବିଜେପିରେ ଯୋଗ ଦାନ ପରେ ଦଳୀୟ କର୍ମୀ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ତାଙ୍କ ଯୋଗଦାନରେ ଦଳକୁ ଶକ୍ତି ମିଳିବା ସହ ସଂଗଠନ ସଜବୁତ ହେବ ବୋଲି ବହୁ କର୍ମୀ ମତବ୍ୟକ୍ତ କରିଛନ୍ତି । ଶେଷରେ ଅପରାଜିତାଙ୍କୁ ନେଇ ଦୀର୍ଘଦିନରୁ ଚାଲିଥିବା ଆଲୋଚନାର ପରିସମାପ୍ତି ଘଟିଛି । ଅନ୍ୟପଟେ ବିଜେପି ଭଳି ଜାତୀୟ ଦଳରେ ଅପରାଜିତା ଏକ ଦମଦାର ନୂଆ ଇଂନିସ ଖେଳିବା ନେଇ ଆଶା ରଖିଛନ୍ତି ଦଳୀୟ କର୍ମୀ ।