ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସାଂସଦ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ଯୋଜନା କହି ବାଲେଶ୍ୱରରେ ବଡ ବଡ ହୋଡିଂ କାରିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ସାଂସଦଙ୍କୁ ସିବିଆଇ ଜେରା ପରେ ରବିନ୍ଦ୍ରଙ୍କ ଲୋକ ପ୍ରିୟତା କମିବାରେ ଲାଗିଛି । ଏଣୁ ପୁଣିଥରେ ଜନତାଙ୍କ ପ୍ରିୟଭାଜନ ହେବା ପାଇଁ ସାଂସଦ ଏଭଳି ହୋଡିଂ ମାରି ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ସଂସଦୀୟ କ୍ଷେତ୍ରରେ ଲୋକପ୍ରିୟତା ବଜାୟ ରଖିବା ପାଇଁ ସାଂସଦ ଏଭଳି ପାଲା କରୁଛନ୍ତିି ।
କେନ୍ଦ୍ର ସରକାର ଘୋଷଣା କରିଥିବା ବହୁ ଉନ୍ନତି ମୂଳକ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ଯୋଜନା କହି ଭୁଆଁ ବୁଲାଉଛନ୍ତି ସାଂସଦ । ଅନୁକମ୍ପା ଭୋଟ ହାତେଇବା ପାଇଁ ସାଂସଦ ଏଭଳି କରୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଲେଖାଶ୍ରୀ । ତେବେ ଏହି ସାମ୍ବାଦିକ ସମୀଳନୀରେ ଲେଖାଶ୍ରୀ କହିଛନ୍ତି କି ସାଂସଦ ମହାଶୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚାପ ପକାଇ ମିଥ୍ୟା ଖବର ମଧ୍ୟ ପ୍ରଚାର କରୁଛନ୍ତି । ସେ ନିଜର ଶାସନକାଳ ମଧ୍ୟରେ କଣ କରିଛନ୍ତି ତାହାର ହିସାବ ଦିଅନ୍ତୁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।ତେବେ ଲେଖାଶ୍ରୀ ରବିନ୍ଦଙ୍କ ସହିତ ଶାସକ ବିଜେଡିକୁ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ସରକାର ହେଉଛନ୍ତି ମିଛୁଆ ରାଧୁଆ । ଆଉ ସାଂସଦ ସେଥିରୁ ବାହାର ଯିବେ କେମିତି ?
ନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ସେତିକି କାଦୁଅ ଫିଙ୍ଗାଫିଙ୍ଗି ବଢ଼ୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଲୋକ ପ୍ରିୟତା ବଜାୟ ରଖିବା ପାଇଁ ନେତାମନେ ପ୍ରତ୍ୟେକ ଦିନ ଏଭଳି ଡ୍ରାମା କରିବେ । ଭୋଟ ହାତେଇବା ପାଇଁ ବିରୋଧୀ ଏବଂ ଶାସକ ଏଭଳି ବହୁ ପ୍ରସଙ୍ଗ ଉଠାଇବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।