ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ମନରେ ସେତିକି ଛାନିଆ ପଶୁଛି । କିଏ କେଉଁଠି ଟିକେଟ ପାଇବ । କାହାର କେଉଁଠି ଟିକେଟ କଟିବ ଏହାକୁ ନେଇ ପାନ ଦୋକାନରୁ ଅଫିସ ସବୁଠି ଚାଲିଛି ଚର୍ଚ୍ଚା । ଆଗୁଆ ପ୍ରାର୍ଥୀ ଘୋଷଣା କରିବା ପାଇଁ ସବୁ ଦଳ ଦିନରାତି ରୁଦ୍ଧଦ୍ୱାର ମିଟିଙ୍ଗ ହେଉଛି । ତେବେ ଏହାରି ଭିତରେ ଆଜି ବିଜେଡି ପକ୍ଷରୁ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି କମିଟି ଘୋଷଣା କରିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ପାଟକୁରା ବିଧାୟକ ଦେବ ପ୍ରକାଶ ଅଗ୍ରୱାଲ । ୩୭ ଜଣଙ୍କୁ ନେଇ ଗଠନ ହୋଇଛି ଏହି କମିଟି ।
ତେବେ ଆସନ୍ତୁ ଜାଣିବା ଏଥିରେ କିଏ କିଏ ରହିଛନ୍ତି । ବେଦପ୍ରକାଶ ଅଗ୍ରୱାଲ କମିଟି ଅଧ୍ୟକ୍ଷ । ପ୍ରସନ୍ନ ଆଚାର୍ୟ୍ୟ, ସୌମ୍ୟ ପଟ୍ଟନାୟକ, ମଙ୍ଗଳା କିଷାନ ହେଲେ କମିଟିର ସହ ଅଧ୍ୟକ୍ଷ । ଅଧ୍ୟକ୍ଷ, ସହ ଅଧ୍ୟକ୍ଷଙ୍କ ଛଡ଼ା କମିଟିରେ ଅଛନ୍ତି ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ, ସଂଜୟ ଦାସବର୍ମା, ଅରୁଣ ସାହୁ, ସୁଦାମ ମାରାଣ୍ଡି, ସୁବାସ ସିଂହ, ମିନତୀ ବେହେରା, ବକ୍ସି ପାତ୍ରା, ରବି ନାରାୟଣ ନନ୍ଦ, ନଳିନୀକାନ୍ତ ପ୍ରଧାନ । ଅସିମ ଅମିତାଭ ଦାସ , ସସ୍ମିତ ପାତ୍ର, ଚିନ୍ମୟ ସାହୁ, ଅମରେଶ ପାତ୍ର, ସୁଜାତା ମିଶ୍ର ଓ ବିଷ୍ଣୁପ୍ରିୟା ଦାଶ ।