ଜଗତସିଂହପୁର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ୨ ଟି ବିଧାନସଭା ଆସନ ପାଇଁ ଉପର୍ନିବାଚନ ପ୍ରଚାର ଜୋରଦାର ଚାଲିଛି । ବାଲେଶ୍ୱରରେ ମାହୋଲ ଗରମ ଥିବା ବେଳେ ତିର୍ତ୍ତୋଲ ମଧ୍ୟ ତାତୁଛି । ୩ ପ୍ରମୁଖ ଦଳ ସେମାନଙ୍କ ଛାମୁଆ ନେତାଙ୍କୁ ଧରି ଏହି ଉପନର୍ବିାଚନ ବୈତରଣୀ ପାର କରିବାକୁ ଅଣ୍ଟା ଭିଡିଛନ୍ତିି । ପଞ୍ଚାୟତ ସ୍ଥରରେ ତୁହାକୁ ତୁହା ବୈଠକ କରି ବିଜେଡି ଏବେ ଶକ୍ତି ଗୋଟାଉଛି । ଏହି ଅବସରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳି ପଟିଲୋ ଗ୍ରାମ ପଞ୍ଚାୟତରେ ବିଜେଡି ନିର୍ବାଚନ ପ୍ରଚାର କରିବା ସହ, କୋଭିଡ କଟକଣା ପୂର୍ବକ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟିଲୋ ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ରଥଙ୍କ ନେତୃତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି ।
ବିଜେଡି କର୍ମୀଙ୍କ ସମେତ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । କିଭଳି ଏଥର ପଟିଲୋ ପଞ୍ଚାୟତର ଶତପ୍ରତିଶତ ଭୋଟ ବିଜେଡି ଖାତା ତଥା ଦିବଗଂତ ନେତା ବିଷ୍ଣୁଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଯିବ ସେନେଇ ଋଣନୀତି ପ୍ରସ୍ତୁତ ହୋଇଛି । ସରକାରଙ୍କ ଜନହିତକର କାର୍ଯ୍ୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ , ରହିଯାଇଥିବା ସମସ୍ୟା ଗୁଡିକ ଦୂର ହେବ ସେ ନେଇ ଆଲୋଚନା ହୋଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଗଞ୍ଜାମ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଧାୟକ ପ୍ରାର୍ଥୀ ବିଜୟଶଙ୍କର ଦାସ, ପିଏସ ମେମ୍ବର ସନ୍ଧ୍ୟାରାଣୀ ମହାନ୍ତି, ପାରାଦୀପ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଜିଲ୍ଲାପରିଷଦ ଲିପାଲି ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ପଞ୍ଚାୟତରେ ଅଧିକ ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ସେ ନେଇ ସରପଞ୍ଚ ଚିତ୍ତରଞ୍ଜନ ରଥ ପ୍ରତିଶୃତି ମାଗିଥିଲେ ।