ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବାସୀଙ୍କୁ ଠକିଛନ୍ତି । ମିଥ୍ୟା ପ୍ରତିଶୃତିକୁ ବାରମ୍ବାର ମଧ୍ୟ ଦେଉଛନ୍ତି । ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ ପ୍ୟାକେଜ ଘୋଷଣା କରିଛନ୍ତି ନବୀନ । ରବିବାର ବିଜେପି ପକ୍ଷରୁ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ସମ୍ବଲପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପିର ବରିଷ୍ଟ ନେତା ଜୟନାରାୟଣ ମିଶ୍ର ସିଧା ନବୀନଙ୍କୁ ଏଭଳି ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି ।
ଶ୍ରୀ ମିଶ୍ର କହିଛନ୍ତି ଯେ ନବୀନ ପଞ୍ଚମ ପାଳିରେ ନବୀନ ପ୍ରଥମ ପ୍ରତାରଣା କରିଛନ୍ତି । ୨୦୧୭ ମସିହାରେ ଉପନିର୍ବାଚନ ବେଳେ ନବୀନ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ନବୀନ । ଯେଉଁ ପ୍ରକଳ୍ପ ଏବେ ପର୍ଯ୍ୟନ୍ତ କାମ ହୋଇନାହିଁ । ଆଉ ଏବେ ପୁଣିଥରେ ବିଜେପୁର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଣୁ ଏଥିରୁ ଜଣା ପଡୁଛି କି ନବୀନ କେବଳ ମିଥ୍ୟା ପ୍ରତିଶୃତି ଦେଉଛନ୍ତି ।
ସୂଚନାଯୋଗ୍ୟ,୨୦୧୯ ସାଧାରଣ ନିର୍ବାଚନରେ ନବୀନ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ । ଗୋଟିଏ ହିଞ୍ଜିଳି ଏବଂ ଅନ୍ୟଟି ହେଲା ବିଜେପୁର । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ଆସନ ଛାଡିବା ପାଇଁ ପଡିବ । କିନ୍ତୁ ନବୀନ କେଉଁ ଆସନ ଛାଡିବେ ତାହା ସ୍ପଷ୍ଟ ହୋଇନାହିଁ । ଉପନିର୍ବାଚନ ହେବା ପୂର୍ବରୁ ସେ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏଣୁ ବିରୋଧୀମାନେ ସମାଲୋଚନା କରୁଛନ୍ତି କି ନବୀନ ବିଜେପୁର ଛାଡିବେ । ସେଥିଲାଗି ପ୍ୟାକେଜ ଲୋଭ ଦେଖାଇଛନ୍ତି ।