ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜି ସଂନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଉଭୟଙ୍କ ସାକ୍ଷାତକାରରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ । କେନ୍ଦ୍ରର ରାଜ୍ୟକୁ ସହାୟତା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ନବୀନ । ନିକଟରେ ରାଜ୍ୟରେ ଯାଇଥିବା ‘ଫୋନି’ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ମୋଦି ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ନୀତି ଆୟୋଗ ବୈଠକ ହେଉଛି। ଏହି ବୈଠକରେ ସାମିଲ ହୋଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇ ପାରନ୍ତି ନବୀନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୫ ତାରିଖରେ ନୀତି ଆୟୋଗ ବୈଠକ ବସିବ । ଏହି ବୈଠକରେ ନବୀନ ଯୋଗଦେବେ । ଏବଂ ରାଜ୍ୟର ବିଭିନ୍ନ ସମସ୍ୟାମାନ ଏଥିରେ ଉପସ୍ଥାପନା କରିବେ ।
ସୂଚନାଯୋଗ୍ୟ,ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ହେବା ପ୍ରଥମ ଥର ଲାଗି ନବୀନ ତାଙ୍କୁ ଭେଟିବା ପାଇଁ ଯାଉଛନ୍ତି । ଉଭୟଙ୍କ ବିଶାଳ ବିଜୟ ପାଇଁ ଉଭୟ ଉଭୟଙ୍କୁ ଟ୍ୱିଟରରେ ଶୁଭେଛା ଜଣାଇଥିଲେ । ତେବେ ଏହି ସାକ୍ଷାତକାର ପ୍ରଥମଥର ଅଫିସିଆଲ ହିସାବରେ ଭେଟିବା ପାଇଁ ଯାଉଛନ୍ତି ।